ସାପ କାମୁଡ଼ାରେ ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ
ମାଲକାନଗିରି,୩୧ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅଧୀନ ରୋଡ଼ନପଲ୍ଲୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରୋଡ଼ନପଲ୍ଲୀ ଗ୍ରାମର ସ୍ୱର୍ଗତ ପାଡ଼ିଆ ମୁଲିଙ୍କ ପତ୍ନୀ ସିଙ୍ଗେ ମୁଲି ପଡ଼ିଆ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୩୧
ସାପ କାମୁଡ଼ାରେ ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ


ମାଲକାନଗିରି,୩୧ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅଧୀନ ରୋଡ଼ନପଲ୍ଲୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରୋଡ଼ନପଲ୍ଲୀ ଗ୍ରାମର ସ୍ୱର୍ଗତ ପାଡ଼ିଆ ମୁଲିଙ୍କ ପତ୍ନୀ ସିଙ୍ଗେ ମୁଲି ପଡ଼ିଆ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୩୧ ଅଗଷ୍ଟ ରାତି ପ୍ରାୟ ୧୦ଟା ସମୟରେ ଖାଇସାରି ପିଙ୍କି ଘରେ ଶୋଇଥିଲେ। ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିବା ଜଣାପଡ଼ିଛି। ପରଦିନ ସକାଳେ ପିଙ୍କି ଅସୁସ୍ଥ ଅବସ୍ଥାରେ ଉଠି ତୀବ୍ର ଯନ୍ତ୍ରଣା ହେଉଥିବା ନେଇ ପରିବାରକୁ ଜଣାଇଥିଲେ। ସେ ନିଜେ ସାପ କାମୁଡ଼ିଥିବା କଥା ମଧ୍ୟ କହିଥିଲେ। ଏହା ପରେ ସକାଳ ପ୍ରାୟ ୫ଟା ସମୟରେ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ତାଙ୍କୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ଚିକିତ୍ସା ଚାଲିଥିବା ସମୟରେ ପ୍ରାୟ ସକାଳ ୬ଟା ବେଳେ ଡାକ୍ତର ପିଙ୍କିଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ପଡ଼ିଆ ଥାନାରେ ରିପୋର୍ଟ ଦିଆଯାଇଥିଲା। ଏହାକୁ ଆଧାର କରି ପଡ଼ିଆ ଥାନାରେ ଅପମୃତ୍ୟୁ ୦୭/୨୦୨୬, ରୁଜୁ କରାଯାଇ ଘଟଣାର ତଦନ୍ତ ଦାୟିତ୍ୱ ଏସଆଇ ଦେବେନ୍ଦ୍ର ଭତ୍ରାଙ୍କୁ ପ୍ରଦାନ କରାଯାଇଛି। ଏହି ଘଟଣାକୁ ନେଇ ରୋଡନପଲ୍ଲୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande