


ବଲାଙ୍ଗିର, ୩୧ ଅଗଷ୍ଟ (ହି.ସ.)- ବିଶିଷ୍ଟ କଳାକାର, ସଂଗୀତଜ୍ଞ ଦିପ୍ତୀପ୍ରକାଶ ଦାଶଙ୍କର ଅକାଳ ବିୟୋଗରେ ସଂଗୀତ ବିଦ୍ୟାଳୟ ପଞ୍ଚମ ତରଫରୁ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗତ ରବିବାର ସନ୍ଧ୍ୟା ମାସାନ୍ତ ରବିବାସରୀୟ ସଂଗୀତ ସନ୍ଧ୍ୟା ଅବସରରେ ପଞ୍ଚମ ର ନୃତ୍ୟ ବିଭାଗରେ ବରିଷ୍ଠ କଳାକାର ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଗୀତିକାର କପିଳେଶ୍ୱର ଖମାରି, ଅବସର ପ୍ରାପ୍ତ ଅଧ୍ୟାପକ ପ୍ରେମଚାନ୍ଦ ମହାନ୍ତି, ବରିଷ୍ଠ କଣ୍ଠଶିଳ୍ପୀ ବିରଞ୍ଚି ତ୍ରିପାଠୀ, ଅଭିନେତ୍ରୀ ରୋଜିସ୍ମିତା ହୋତା, ଚଳଚିତ୍ର ପୁରସ୍କାର ବିଜେତା ଚୈତନ୍ୟ ମଟରୀ, କଣ୍ଠଶିଳ୍ପୀ ଆଶୁତୋଷ ତ୍ରିପାଠୀ, ନବୀନ କୁମାର ବର୍ମା, ବିକାଶ ଷଢଙ୍ଗୀ, ଗୁରୁଶ୍ରୀ ଗୌରକିଶୋର ମହାପାତ୍ର, ମୁରଲି ଧାରି ପତି ପ୍ରମୁଖ ସ୍ୱର୍ଗତ ଦାସ ଙ୍କର ସ୍ମୁତି ଚାରଣ କରିବା ସହ ପଞ୍ଚମ ର ଛାତ୍ର ଛାତ୍ରୀ ଶ୍ରୀମାନ ବିନାୟକ ମିଶ୍ର, ସାମନ୍ତ ବେହେରା, ଏନ. ଅଭିପଷା,ଦିପ୍ତୀଶ୍ରୀ ପ୍ରଧାନ ପମୁଖ କଣ୍ଠ ସଂଗୀତ ପରିବେଷଣ କରିବା ସହ, ଓଡିଶୀ ନୃତ୍ୟ, ଭଜନ ନୃତ୍ୟ ଓ ତ୍ରାହି ଦୁର୍ଗା ମାଧ୍ୟମ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବିଶ୍ୱନାଥ ବାବୁ, ଆୟୁଷ ପଧାନ, ଅଦ୍ୱେତ ସାହୁ ପ୍ରମୁଖ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୃତ୍ୟ ବିଭାଗ ମୁଖ୍ୟ ସିରିଶା ସୁଭଦର୍ଶିନୀ ପତି। ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ପଶାୟତ, ଶୁଭେନ୍ଦୁ ଜାଲ, କୃଷ୍ଣରାଜ ପତି, ରାଜ ହୋତା, ସ୍ୱରୂପ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ