ମାଲକାନଗିରି ପୌର ପରିଷଦ ପକ୍ଷରୁ ସ୍ଵାୟତ୍ତ ଶାସନ ଦିବସ ପାଳିତ
ମାଲକାନଗିରି, ୩୧ ଅଗଷ୍ଟ (ହି.ସ.)- ମାଲକାନଗିରି ପୌରପରିଷଦ ପକ୍ଷରୁ ଆଜି ଆଡ଼ମ୍ବର ପୂର୍ଣ୍ଣ ସହକାରେ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି। ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ପରିଷଦ ପରିସରରେ ପ୍ରଥମେ ପତକା ଉତ୍ତୋଳନ କରିଥିଲେ, ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ହସ୍ପିଟାଲ
ମାଲକାନଗିରି ପୌର ପରିଷଦ ପକ୍ଷରୁ ସ୍ଵାୟତ୍ତ ଶାସନ ଦିବସ ପାଳିତ


ମାଲକାନଗିରି, ୩୧ ଅଗଷ୍ଟ (ହି.ସ.)- ମାଲକାନଗିରି ପୌରପରିଷଦ ପକ୍ଷରୁ ଆଜି ଆଡ଼ମ୍ବର ପୂର୍ଣ୍ଣ ସହକାରେ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି। ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ପରିଷଦ ପରିସରରେ ପ୍ରଥମେ ପତକା ଉତ୍ତୋଳନ କରିଥିଲେ, ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ହସ୍ପିଟାଲ ଓ ଅନାଥଶ୍ରମ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପରିଷଦ ପରିସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ନରସିଂହ ମାଡକାମୀ, ସମ୍ମାନୀତ ଅତିଥିଭାବେ ଏମପି ପ୍ରତିନିଧି ବିଜୟ ମହାରଣା, ଉପାଧ୍ୟକ୍ଷା ସବିତା ମହାନ୍ତ, ପୌରପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ ଉପସ୍ଥିତ ଥିଲେ।

ସମୃଦ୍ଧ ସହର, ବିକଶିତ ଓଡ଼ିଶା। ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଏହି ଦିବସଟିକୁ ପୌର ପରିଷଦ କର୍ମଚାରୀ ଓ ସହରବାସୀ ଉତ୍ସାହର ସହ ପାଳନ କରି ମାଲକାନଗିରିକୁ ସୁନ୍ଦର ପରିଷ୍କାର ସହର ଭାବେ ଗଢି ତୋଳିବା ଆମର ସଙ୍କଳ୍ପ ହେବ ବୋଲି ବିଧାୟକ ଶ୍ରୀ ମାଡକାମି କହିଥିଲେ।

ଏହି ଅବସରରେ ମାଲକାନଗିରି ପୌରପରିଷଦ ପକ୍ଷରୁ ସହରର ବିକାଶ ଓ ଜନସାଧାରଣଙ୍କ ସୁବିଧା ପାଇଁ ଏକାଧିକ ସହରୀ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସମାରୋହରେ ଆଭାସୀ ମାଧ୍ୟମରେ ଏହି ବିକାଶମୂଳକ ଯୋଜନାଗୁଡ଼ିକର ଉଦ୍ଘାଟନ କରିଛନ୍ତି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଗୋଟିଏ ଛାତ ତଳେ ସାମାଜିକ କାର୍ଯ୍ୟକ୍ରମ ଆୟୋଜନର ସୁବିଧା ଯୋଗାଇଦେବା ପାଇଁ ପୌରପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ମାଲକାନଗିରି ସହରର ଚକ୍ରୀଗୁଡ଼ା, ତାରିଣୀ ମନ୍ଦିର ନିକଟ, ସ୍ୱଧାର ଗୃହ ନିକଟରେ ବହୁମୁଖୀ ମଣ୍ଡପ ଓ ବିଶାଳ ଟାଉନ୍ ହଲ୍ କୁ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି। ଏହି ମଣ୍ଡପଗୁଡ଼ିକ କମ୍ ଖର୍ଚ୍ଚରେ ସାମାଜିକ ଉତ୍ସବ ପାଇଁ ବ୍ୟବହାର ହେବା ସହ ଜରୁରୀକାଳୀନ ପରିସ୍ଥିତି କିମ୍ବା ବାତ୍ୟା/ବନ୍ୟା ସମୟରେ ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟ କରିବ। ଘରପାଖରେ ସରକାରୀ ସେବା ପହଞ୍ଚାଇବା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ମାଲକାନଗିରି ପୌରପରିଷଦର ଏହି ନୂତନ ବିକାଶ ପଦକ୍ଷେପ ସହରର ନକ୍ସା ବଦଳାଇବା ସହ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ଆହୁରି ସହଜ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଆଭାସୀ କାର୍ଯ୍ୟକ୍ରମକୁ ବିଧାୟକଙ୍କ ସହିତ ସମସ୍ତ ପୌରକର୍ମଚାରୀ ଓ ସହର ବାସୀ ଦେଖିଥିଲେ।

କାର୍ଯ୍ୟକ୍ରମ ଶେଷରେ ସଫେଇ କର୍ମଚାରୀଙ୍କୁ ନୂତନ ପୋଷାକ ବଣ୍ଟନ କରାଯାଇଥିଲା। ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧକ୍ଷ ପ୍ରଦୀପ ନାୟକଙ୍କ ଅଧକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande