ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବାସୀ ଓଡ଼ିଆ ଏବଂ ହରିଆଣା ଗୁରୁଗ୍ରାମ ମାରୁତିକୁଞ୍ଜରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅଷ୍ଟପ୍ରହାର ନାମ ଯଜ୍ଞ ଏବ
ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବାସୀ ଓଡ଼ିଆ ଏବଂ ହରିଆଣା ଗୁରୁଗ୍ରାମ ମାରୁତିକୁଞ୍ଜରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅଷ୍ଟପ୍ରହାର ନାମ ଯଜ୍ଞ ଏବଂ ହୋମ ଯଜ୍ଞ କରାଯାଇ ସାମୁହିକ ପ୍ରସାଦ ସେବନ (ଭଣ୍ଡାର) କରାଯାଇଥିଲା। କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକୀର୍ତ୍ତନ କରାଯାଇ ନଗର କୀର୍ତ୍ତନ କରାଯାଇଥିଲା। ମାରୁତିକୁଞ୍ଜ ସୋସାଇଟିରେ ନଗରକୀର୍ତ୍ତନ କରାଯାଉଥିବା ସମୟରେ ସ୍ଥାନୀୟ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର ସେବା ସମିତିର ଇଂ. ସୌମ୍ୟରଞ୍ଜନ ରଥ, ସାହାଜି ରାଉତ, ଅଚ୍ୟୁତ ଦାସ, ଅନିଲ ବୋଇତେଇ, ଅରବିନ୍ଦ ମହାପାତ୍ର, ପବିତ୍ର ରାଉତ,ଗୁଣାକାର ବେଜ, ସମ୍ବିତ ରଥ, ବାଦଲ ବାବୁ, ନିରଞ୍ଜନ ସାମଲ,ପ୍ରଶାନ୍ତ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande