
ଧର୍ମଶାଳା,୩୧ ଅଗଷ୍ଟ(ହି.ସ.) - ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନୀଳକଣ୍ଠପୁରସ୍ଥିତ ଭାଗବତ ଟୁଙ୍ଗି ପରିସରରେ ଭାଗବତ ଗୀତାପାଠ ଓ ନାମ ସଂର୍କୀତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରସୁଲପୁର ବ୍ଳକର ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରମୋଦ ପତି ଫାଉଁଣ୍ଡେସନ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓମକାର ଗୀତାବାଣୀ ଭୂଷଣ ପରିଷଦର ସଭାପତି ସରୋଜିନୀ ପତି , ସମ୍ପାଦକ ରବିନ୍ଦ୍ର ମିଶ୍ର ଓ ପ୍ରବଚକ ବିପିନ ରାୟ ପ୍ରମୁଖ ଯୋଗ ଦେଇ ଭାଗବତ ଗୀତା ପାଠ କରିବା ସହିତ ଭାଗବତର କଥାମୃତ ବାଣୀ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରମୋଦ ପତି ଫାଉଁଣ୍ଡେସନ ପକ୍ଷରୁ ସ୍ଥାନୀୟ ଅଂଚଳର ମୁରବୀମାନଙ୍କୁ ଛତା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାବା ଆଖଣ୍ଡଳମଣୀ ନାଟ୍ୟ ପରିଷଦର ଉତ୍କଳ ଜେନା,ଶିବପ୍ରସାଦ ଜେନା,ଉମେଶ ଜେନା,ପ୍ରଭାକର ସାହୁ,ବିମଳ ଜେନା,ନନ୍ଦ କିଶୋର ସାମଲ,ବିଂରଚି ନାରାୟଣ ଜେନା,ହେମନ୍ତ ସାହୁ,ମନୋଜ ଜେନା,ଅର୍ଜ୍ଜୁନ ସାହୁ,ସୁଶାନ୍ତ ଜେନା,ଦୁଃଶମନ୍ତ ପତି ଓ ସୁନିଲ ଜେନାଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ