
ଝାରସୁଗୁଡ଼ା, ୩୧ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା କୃଷି ସେବା ସମବାୟ ସମିତିର ସହ ସମ୍ପାଦକ କୁନୁ ଅମାତ(୫୧)ଙ୍କ ରବିବାର ରାତିରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି l କିଡନୀ ରୋଗ ସମସ୍ୟା କାରଣରୁ ସେ କିଛି ମାସ ହେଲା ଅସୁସ୍ଥ ଥିଲେ l ତାଙ୍କର ଶବ ରଘୁନାଥପାଲି ପଞ୍ଚାୟତ ପାଇକପଡ଼ା ନିଜ ଗ୍ରାମକୁ ଅଣାଯିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ବହୁ ବିଶିଷ୍ଟ ବ୍ୟକ୍ତି ଓ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିଥିଲେ l ସୋମବାର ସକାଳୁ ଗାଁ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା l ଯୁକ୍ତ ୨ ପାଠ ପଢୁଥିବା ପୁଅ ରୂପେଶ ମୁଖାଗ୍ନୀ ଦେଇଥିଲେ l ଘରେ ତାଙ୍କର ସ୍ତ୍ରୀ ରଘୁନାଥପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶାଖା ଅମାତ, କଲେଜ ପଢୁଆ ପୁଅ ରୂପେଶ ଓ ନର୍ସିଂ ପଢୁଥିବା ଜଣେ ଝିଅ ଅଛନ୍ତି l
କୁନୁଙ୍କ ବିୟୋଗରେ କୋଲାବିରା ସମବାୟ ସମିତିର ସଭାପତି କିର୍ତ୍ତିଚନ୍ଦ୍ର ବହିଦାର, ଉପସଭାପତି ଦୀନବନ୍ଧୁ ଛତ୍ରିଆ, ସମ୍ପାଦକ ଦେବରାଜ କୁମୁରାଙ୍କ ସହ ସମସ୍ତ ବୋର୍ଡ ଡାଇରେକ୍ଟର, ସମିତିର କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ