ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ନବୀନଙ୍କ ଶୋକ
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଅସୁସ୍ଥତା ଯୋଗୁଁ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତାରେ ନବୀନ କହିଛନ୍ତି ଓଡ଼ିଶା ପୋଲିସ ପ୍ରତି ତାଙ୍କର ସମର୍ପଣ ଏବଂ ଜଣେ ଅଧିକାରୀ ଭାବରେ ତା
np


ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଅସୁସ୍ଥତା ଯୋଗୁଁ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତାରେ ନବୀନ କହିଛନ୍ତି ଓଡ଼ିଶା ପୋଲିସ ପ୍ରତି ତାଙ୍କର ସମର୍ପଣ ଏବଂ ଜଣେ ଅଧିକାରୀ ଭାବରେ ତାଙ୍କର ଆନ୍ତରିକତା ସର୍ବଦା ମନେ ରହିବ। ଏହି ଦୁଃଖଦ କ୍ଷତି ପାଇଁ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande