ଜୟପୁର ଠାରେ ସ୍ଵାୟତ୍ତ  ଶାସନ ଦିବସ ପାଳିତ
ଜୟପୁର, ୩୧ ଅଗଷ୍ଟ (ହି.ସ.)- ଜୟପୁର ପୌର ପରିଷଦରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି । ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ପତକା ଉତ୍ତୋଳନ କରିଥିଲେ । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ବି ସୁନିତା, ପୌର ନିର୍ବାହି ଅଧିକାରି ପୁଜା ରାଉତଙ୍କ ସହ କା
ସ୍ୱାୟତ୍ତ  ଶାସନ ଦିବସ ପାଳିତ


ଜୟପୁର, ୩୧ ଅଗଷ୍ଟ (ହି.ସ.)- ଜୟପୁର ପୌର ପରିଷଦରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି । ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ପତକା ଉତ୍ତୋଳନ କରିଥିଲେ । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ବି ସୁନିତା, ପୌର ନିର୍ବାହି ଅଧିକାରି ପୁଜା ରାଉତଙ୍କ ସହ କାଉନସିଲର, ପୌର କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ । ରାମଧୁନ ପ୍ରଭାତ ଫେରି, ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୁତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୌର କାର୍ଯ୍ୟ।ଳୟରେ ସଫେଇ ଓ ଅନ୍ୟ କର୍ମଚାରି ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା । ଆଜିର ଦିବସରେ ବିକାଶ ମୁଳକ କାର୍ଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର କରାଯାଇଛି । ଗାନ୍ଧୀ ଛକ ଟ୍ରାଫିକ ଜଙ୍କସନ, ଦ୍ୱିତିୟ ଦୈନକ ବଜାର ଶୀତଳ ଭଣ୍ଡାର, ଗୋଡିଆ ଧୋବା ସାହିରେ ହଲ ଲୋକାର୍ପଣ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ପୌର କାର୍ଯ୍ୟନିର୍ବାହି ଅଧିକାରି ପୁଜା ରାଉତ ସହ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।

ସଂନ୍ଧ୍ୟାରେ ସଂଗମ କଲ୍ୟାଣ ମଣ୍ଡପରେ ସାଧାରଣ ସଭା ଓ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭିକ ସଂଗୀତ, ସାଧାରଣ ସଭା ଓ ସାଂସ୍କୃୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ବିଗତ ଦିନରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ଶ୍ରେଷ୍ଠ ପୌର କର୍ମଚାରିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande