ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଜୟପୁର, ୩୧ ଅଗଷ୍ଟ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବିବେକାନନ୍ଦ ସୁନା ଏହି ମିଶନରେ ଏନଏସଏସ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇବା
ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ଜୟପୁର, ୩୧ ଅଗଷ୍ଟ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବିବେକାନନ୍ଦ ସୁନା ଏହି ମିଶନରେ ଏନଏସଏସ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇବା ସହ ନିଷ୍ଠା ଏବଂ ସଚ୍ଚୋଟତାର ସହ ନିଜର ଦାୟିତ୍ୱ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୁନୀତା କୁମାରୀ ପ୍ରଧାନ ଏସଓଏମ ର ଲକ୍ଷ୍ୟ, ଆଭିମୁଖ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସଂଯୋଜକ(ପୋଷଣ ଅଭିଯାନ) ଶ୍ରୀମତୀ କାଜଲ ନାୟକ ସୁପୋଷଣ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇ ଥିଲେ । ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ କାଞ୍ଚନ ପଣ୍ଡା ୦-୬ ବର୍ଷ ଶିଶୁମାନଙ୍କ ଓଜନର ବିଭିନ୍ନ ବର୍ଗ ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲା ବେଳେ ସୁପରଭାଇଜର ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ଖୋସଲା ଉପସ୍ଥିତ ରହି ବିଭିନ୍ନ ପରିମାପକ ଯନ୍ତ୍ର ସାହାଯ୍ୟରେ କିପରି ଓଜନ, ଉଚ୍ଚତା ମାପ କରାଯିବ ଛାତ୍ରୀମାନଙ୍କୁ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ଆଇଆର ଆଣ୍ଡ ପିଏମ ବିଭାଗର ଅଧ୍ୟାପିକା ସୁଶ୍ରୀ ତେଜସ୍ୱିନୀ ମହାନ୍ତି, ସୋସିଓଲୋଜି ବିଭାଗର ଅଧ୍ୟାପିକା ସୁଶ୍ରୀ ମିନି ସାନ୍ତାଙ୍କ ସମେତ ୩୦ଜଣ ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande