ଲିପୁଲେଖ ମାର୍ଗରେ ଭାରତ-ଚୀନ ବାଣିଜ୍ୟ ଆରମ୍ଭ ହେବାକୁ ନେଇ ନେପାଳ ଜଣାଇଲା ଆପତି
କାଠମାଣ୍ଡୁ, ୦୪ ଅଗଷ୍ଟ (ହି.ସ.)- ଭାରତ ଓ ଚୀନ ମଧ୍ୟରେ ଲିପୁଲେଖ ଦର୍ରେ ମାର୍ଗରେ ପାରମ୍ପରିକ ସୀମା ବାଣିଜ୍ୟ ଔପଚାରିକ ଭାବେ ପୁଣିଥରେ ଆରମ୍ଭ ହେବାକୁ ନେଇ ନେପାଳ ସରକାର ନିଜର ଚିନ୍ତା ପ୍ରକାଶ କରିଛନ୍ତି। ନେପାଳ ଲଗାତାର ଲିପୁଲେଖ ଅଂଚଳକୁ ନିଜର ସାର୍ବଭୌମ ଭୂଭାଗ ବୋଲି ଦାବି କରିଆସୁଛି। ନେପାଳ ସ
ଲିପୁଲେଖ ମାର୍ଗରେ ଭାରତ-ଚୀନ ବାଣିଜ୍ୟ ଆରମ୍ଭ ହେବାକୁ ନେଇ ନେପାଳ ଜଣାଇଲା ଆପତି


କାଠମାଣ୍ଡୁ, ୦୪ ଅଗଷ୍ଟ (ହି.ସ.)- ଭାରତ ଓ ଚୀନ ମଧ୍ୟରେ ଲିପୁଲେଖ ଦର୍ରେ ମାର୍ଗରେ ପାରମ୍ପରିକ ସୀମା ବାଣିଜ୍ୟ ଔପଚାରିକ ଭାବେ ପୁଣିଥରେ ଆରମ୍ଭ ହେବାକୁ ନେଇ ନେପାଳ ସରକାର ନିଜର ଚିନ୍ତା ପ୍ରକାଶ କରିଛନ୍ତି।

ନେପାଳ ଲଗାତାର ଲିପୁଲେଖ ଅଂଚଳକୁ ନିଜର ସାର୍ବଭୌମ ଭୂଭାଗ ବୋଲି ଦାବି କରିଆସୁଛି। ନେପାଳ ସରକାର, ନେପାଳର ସମ୍ମତି କିମ୍ବା ଅଂଶଗ୍ରହଣ ବିନା ଭାରତ ଓ ଚୀନ ଦ୍ୱାରା ଲିପୁଲେଖ ମାଧ୍ୟମରେ ପୁଣିଥରେ ବାଣିଜ୍ୟ ଆରମ୍ଭ କରିବାର ନିଷ୍ପତି ଉପରେ ନିଜର ଆପତି ପ୍ରକାଶ କରିଛନ୍ତି।

ନେପାଳର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ, ନେପାଳର ସାର୍ବଭୌମତ୍ୱ ଓ ଭୂଖଣ୍ଡୀୟ ଅଖଣ୍ଡତା ସହ ଜଡିତ ବିଷୟରେ ନେପାଳକୁ ସାମିଲ ନ କରି ନିଆଯାଇଥିବା କୌଣସି ନିଷ୍ପତି କିମ୍ବା କାର୍ଯ୍ୟକଳାପ ଗ୍ରହଣଯୋଗ୍ୟ ହେବ ନାହିଁ।

ନେପାଳ ପୁନର୍ବାର ଦୋହରାଇ ଆସୁଛି ଯେ, ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାଣି ଅଂଚଳ ନେପାଳର ଅଭିନ୍ନ ଅଂଶ। ଅନ୍ୟପଟେ, ଭାରତର ମତ ହେଉଛି ଯେ ଲିପୁଲେଖ ଉତରାଖଣ୍ଡର ପିଥୋରାଗଡ଼ ଜିଲ୍ଲା ଅନ୍ତର୍ଗତ ତାହାର ନିଜସ୍ୱ ଅଂଚଳ, ଏବଂ ଚୀନ ମଧ୍ୟ ଭାରତ ସହ ଏହି ମାର୍ଗରେ ପୁଣିଥରେ ବାଣିଜ୍ୟ ଆରମ୍ଭ କରିଛି।

ନେପାଳର ବିଦେଶ ମନ୍ତ୍ରଣାଳୟ କହିଛି ଯେ, ନେପାଳ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି। ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି, ଏହା ଏକ ଗୁରୁତର ବିଷୟ। ସରକାର ନିଜ ମାଧ୍ୟମରେ ସମ୍ପର୍କିତ ମଂଚଗୁଡ଼ିକରେ ଏହି ପ୍ରସଙ୍ଗ ଉଠାଇବେ।

ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ନେପାଳ ଔପଚାରିକ ଭାବେ ପ୍ରତିବାଦ ଦର୍ଜ କରିଥିଲା। ଏହା ପରେ, ୨୦୨୦ରେ ଭାରତ ଲିପୁଲେଖକୁ ସଂଯୋଗ କରୁଥିବା ସଡ଼କର ଉଦ୍ଘାଟନ କରିବା ପରେ ନେପାଳ-ଭାରତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ସେହି ବର୍ଷ ନେପାଳ ଏକ ନୂତନ ରାଜନୈତିକ ଓ ପ୍ରଶାସନିକ ମାନଚିତ୍ର ଜାରି କରିଥିଲା, ଯେଉଁଥିରେ ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାଣିକୁ ସାମିଲ କରାଯାଇଥିଲା।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande