ଅରୁଣାଚଳରେ ଗୋଟିଏ ଦିନରେ ୪ ଘଂଟା ମଧ୍ୟରେ ଭୂମିକମ୍ପରେ ପାଂଚ ଥର କମ୍ପିଲା ଧରିତ୍ରୀ
ଇଟାନଗର, ୦୬ ଅଗଷ୍ଟ (ହି.ସ.)- ଅରୁଣାଚଳ ପ୍ରଦେଶରେ ଗୁରୁବାର ସକାଳ ପ୍ରାୟ ୩.୪୦ ରୁ ୭.୧୭ ମଧ୍ୟରେ ଭୂମିକମ୍ପ ଯୋଗୁଁ ପାଂଚ ଥର ଧରିତ୍ରୀ କମ୍ପିଥିଲା। ସବୁଠାରୁ ଅଧିକ ୫.୧ ତୀବ୍ରତାର ଭୂମିକମ୍ପ ଉପର ସିଆଙ୍ଗ ଜିଲ୍ଲାରେ ସକାଳ ୫.୪୫ ବେଳେ ଅନୁଭୂତ ହୋଇଥିଲା। ବର୍ତମାନ ସୁଦ୍ଧା, କେଉଁଠାରୁ ମଧ୍ୟ କାହାରି
ଅରୁଣାଚଳରେ ଗୋଟିଏ ଦିନରେ ୪ ଘଂଟା ମଧ୍ୟରେ ଭୂମିକମ୍ପରେ ପାଂଚ ଥର କମ୍ପିଲା ଧରିତ୍ରୀ


ଇଟାନଗର, ୦୬ ଅଗଷ୍ଟ (ହି.ସ.)- ଅରୁଣାଚଳ ପ୍ରଦେଶରେ ଗୁରୁବାର ସକାଳ ପ୍ରାୟ ୩.୪୦ ରୁ ୭.୧୭ ମଧ୍ୟରେ ଭୂମିକମ୍ପ ଯୋଗୁଁ ପାଂଚ ଥର ଧରିତ୍ରୀ କମ୍ପିଥିଲା। ସବୁଠାରୁ ଅଧିକ ୫.୧ ତୀବ୍ରତାର ଭୂମିକମ୍ପ ଉପର ସିଆଙ୍ଗ ଜିଲ୍ଲାରେ ସକାଳ ୫.୪୫ ବେଳେ ଅନୁଭୂତ ହୋଇଥିଲା। ବର୍ତମାନ ସୁଦ୍ଧା, କେଉଁଠାରୁ ମଧ୍ୟ କାହାରି ମୃତାହତ ହେବାର କୌଣସି ସୂଚନା ମିଳିନାହିଁ।

ଭାରତୀୟ ଭୂମିକମ୍ପ ବିଜ୍ଞାନ ବିଭାଗର ତଥ୍ୟ ଅନୁସାରେ ପ୍ରଥମ ଭୂମିକମ୍ପ ସକାଳ ୩.୪୦ ବେଳେ ଉପର ସିଆଙ୍ଗରେ ୨.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ର ଭୂମିର ୫ ମିଟର ତଳେ ଥିଲା। ଭୂମିକମ୍ପର ଏପିକ ସେଂଟର ୨୮.୯୪୦ ଉତର ଅକ୍ଷାଂଶ ଏବଂ ୯୪.୭୪୩ ପୂର୍ବ ଦେଶାନ୍ତରରେ ଅବସ୍ଥିତ ଥିଲା।

ଦ୍ୱିତୀୟ ଭୂମିକମ୍ପ ସକାଳ ୩.୫୫ ବେଳେ ଉପର ସିଆଙ୍ଗରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ କେନ୍ଦ୍ର ଭୂମିର ୭ ମିଟର ତଳେ ଥିଲା। ଭୂମିକମ୍ପର ଏପିକ ସେଂଟର ୨୮.୯୨୬ ଉତର ଅକ୍ଷାଂଶ ଏବଂ ୯୪.୮୦୬ ପୂର୍ବ ଦେଶାନ୍ତରରେ ଅବସ୍ଥିତ ଥିଲା।

ତୃତୀୟ ଭୂମିକମ୍ପ ସକାଳ ୪.୩୪ ବେଳେ ଉପର ସିଆଙ୍ଗରେ ୨.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ କେନ୍ଦ୍ର ଭୂମିର ୧୩ ମିଟର ତଳେ ଥିଲା। ଭୂମିକମ୍ପର ଏପିକ ସେଂଟର ୨୮.୮୬୩ ଉତର ଅକ୍ଷାଂଶ ଏବଂ ୯୪.୮୯୦ ପୂର୍ବ ଦେଶାନ୍ତରରେ ଅବସ୍ଥିତ ଥିଲା।

ଚତୁର୍ଥ ଭୂମିକମ୍ପ ସକାଳ ୫.୪୫ ବେଳେ ଉପର ସିଆଙ୍ଗରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ର ଭୂମିର ୧୧ ମିଟର ତଳେ ଥିଲା। ଭୂମିକମ୍ପର ଏପିକ ସେଂଟର ୨୯.୧୨୪ ଉତର ଅକ୍ଷାଂଶ ଏବଂ ୯୪.୮୫୬ ପୂର୍ବ ଦେଶାନ୍ତରରେ ଅବସ୍ଥିତ ଥିଲା।

ପଂଚମ ଭୂମିକମ୍ପ ସକାଳ ୭.୧୭ ବେଳେ ଉପର ସିଆଙ୍ଗରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ କେନ୍ଦ୍ର ଭୂମିର ୫ ମିଟର ତଳେ ଥିଲା। ଭୂମିକମ୍ପର ଏପିକ ସେଂଟର ୨୮.୯୮୭ ଉତର ଅକ୍ଷାଂଶ ଏବଂ ୯୪.୭୭୪ ପୂର୍ବ ଦେଶାନ୍ତରରେ ଅବସ୍ଥିତ ଥିଲା।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande