ନେପାଳର ସାମ୍ପ୍ରଦାୟିକ ଦଙ୍ଗାରେ ଆହତ ଆଉ ଜଣେ ଯୁବକଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ପହଂଚିଲା ୪ରେ
କାଠମାଣ୍ଡୁ, ୦୪ ଅଗଷ୍ଟ (ହି.ସ.)- ନେପାଳର ସୁନସରୀ ଜିଲ୍ଲାର କପ୍ତାନଗଞ୍ଜରେ ଗୁଳିବିଦ୍ଧ ହୋଇ ଆହତ ହୋଇଥିବା ୨୨ ବର୍ଷୀୟ ରବୀନ୍ଦ୍ର ମେହତାଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଗତ ସପ୍ତାହରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ନେପାଳ ପୋଲିସ କହିଛି ଯେ, ସୁନସରୀ ଜ
ନେପାଳର ସାମ୍ପ୍ରଦାୟିକ ଦଙ୍ଗାରେ ଆହତ ଆଉ ଜଣେ ଯୁବକଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ପହଂଚିଲା ୪ରେ


କାଠମାଣ୍ଡୁ, ୦୪ ଅଗଷ୍ଟ (ହି.ସ.)- ନେପାଳର ସୁନସରୀ ଜିଲ୍ଲାର କପ୍ତାନଗଞ୍ଜରେ ଗୁଳିବିଦ୍ଧ ହୋଇ ଆହତ ହୋଇଥିବା ୨୨ ବର୍ଷୀୟ ରବୀନ୍ଦ୍ର ମେହତାଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଗତ ସପ୍ତାହରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ନେପାଳ ପୋଲିସ କହିଛି ଯେ, ସୁନସରୀ ଜିଲ୍ଲାର କପ୍ତାନଗଞ୍ଜରେ ଘଟିଥିବା ଗୁଳିକାଣ୍ଡ ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କାଠମାଣ୍ଡୁକୁ ଅଣାଯାଇଥିଲା, ଯେଉଁଠାରେ ଟିୟୁ ଶିକ୍ଷଣ ହସ୍ପିଟାଲ, ମହାରାଜଗଞ୍ଜରେ ତାଙ୍କର ଚିକିତ୍ସା ଚାଲିଥିଲା।

କାଠମାଣ୍ଡୁ ପୋଲିସର ପ୍ରବକ୍ତା ଏସପି ଦାନ ବହାଦୁର ଥାପାଙ୍କ ଅନୁସାରେ, ମଙ୍ଗଳବାର ସକାଳ ୧୧:୩୦ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଶରୀରରେ ଗୁଳି ଲାଗିଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗୁଳିଟିକୁ ବାହାର କରାଯାଇପାରିନଥିଲା।

ଏହା ସହିତ ଏହି ଘଟଣାରେ ମୃତକଙ୍କ ମୋଟ ସଂଖ୍ୟା ବଢ଼ି ୪ ହୋଇଯାଇଛି। ଏହି ମୃତ୍ୟୁ ଖବର ପରେ ସମଗ୍ର ସୁନସରୀ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜିଲ୍ଲାର ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନରେ ସଶସ୍ତ୍ର ପ୍ରହରୀ ବଳକୁ ମୁତୟନ କରାଯାଇଛି।

----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande