
ନୂଆଦିଲ୍ଲୀ, ୦୪ ଅଗଷ୍ଟ(ହି.ସ.) – ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍, ପରୋପକାରୀ ତଥା ତ୍ରିପୁରା, ବିହାର ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଡକ୍ଟର ଡି.ୱାଇ. ପାଟିଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ଡି.ୱାଇ. ପାଟିଲ ସମାଜ ପ୍ରତି ପରୋପକାର ଏବଂ ସେବାର ଅଗ୍ରଭାଗରେ ଥିଲେ, ବିଶେଷ କରି ଶିକ୍ଷା ମାଧ୍ୟମରେ। ସେ ସର୍ବଦା ଅନ୍ୟମାନଙ୍କ, ବିଶେଷ କରି ଗରିବଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତା ସହିତ ଡକ୍ଟର ପାଟିଲଙ୍କ ସହ ସାକ୍ଷାତ ସମୟର ଏକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି।
ମଙ୍ଗଳବାର ମହାରାଷ୍ଟ୍ରର କୋହ୍ଲାପୁରରେ ଡକ୍ଟର ଡି.ୱାଇ. ପାଟିଲଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ ଏବଂ ତ୍ରିପୁରା, ବିହାର ଏବଂ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ସାରା ଦେଶରେ ୧୮୦ରୁ ଅଧିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯେଉଁଥିରେ ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଶିକ୍ଷା ଏବଂ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି