
ପୁଂଛ୍, ୪ ଅଗଷ୍ଟ (ହି.ସ.)- ପୁଂଛ୍ ଜିଲ୍ଲାର ସୁରନକୋଟ ଥାନା ଅନ୍ତର୍ଗତ ଧାରା ସାଙ୍ଗଲା ଗ୍ରାମରେ ସନ୍ଦିଗ୍ଧ ଗତିବିଧି ବିଷୟରେ ସୂଚନା ପାଇବା ପରେ ମଙ୍ଗଳବାର ଦିନ ସ୍ପେଶାଲ ଅପରେସନ ଗ୍ରୁପ୍ (ଏସଓଜି) ସୁରନକୋଟ ଏବଂ ୧୬ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) ଦ୍ୱାରା ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।
ସରକାରୀ ସୂତ୍ର ଅନୁଯାୟୀ, ସନ୍ଦିଗ୍ଧ ଲୋକ ଦୃଶ୍ୟମାନ ହେବା ନେଇ ୨ଟି ପୃଥକ୍ ପୃଥକ୍ ଘଟଣା ସାମ୍ନାକୁ ଆସିଥିଲା । ପ୍ରଥମ ଘଟଣାରେ ଗୁଜ୍ଜର ନାର ନିକଟରେ ୩ ଜଣ ସନ୍ଦିଗ୍ଧ ଲୋକଙ୍କୁ ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟ ଘଟଣାରେ ଖେରୋୱାଲି ଢ଼ୋକ ନିକଟରେ ୪ ଜଣ ସନ୍ଦିଗ୍ଧ ଲୋକଙ୍କୁ ଦେଖିବାକୁ ମିଳିଥିଲା । ସୁରକ୍ଷା ବାହିନୀ ତୁରନ୍ତ ସମ୍ପୃକ୍ତ ଅଂଚଳର ତଲାସୀ ନେବା ଏବଂ ସନ୍ଦିଗ୍ଧମାନଙ୍କୁ ଖୋଜିବା ପାଇଁ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ଖବର ଲେଖା ହେବା ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ସମ୍ପୃକ୍ତ ଅଂଚଳରେ ଏକ ଅପରେସନ ଚଳାଇଥିଲେ ଏବଂ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବାହିନୀ ମଧ୍ୟ ଏହି ଅଂଚଳରେ ନଜର ରଖିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ