ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଭୟଙ୍କର ଟର୍ବୁଲେନ୍ସ, ୧୨ ଯାତ୍ରୀ ଓ କ୍ରୁ ସଦସ୍ୟ ଆହତ, ୭ ଜଣ ହସ୍ପିଟାଲରେ ଭର୍ତି
ନୂଆଦିଲ୍ଲୀ, ୦୪ ଅଗଷ୍ଟ (ହି.ସ.)- ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ ଏଆଇ-୨୩୭୯ ମଙ୍ଗଳବାର ଭୟଙ୍କର ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ଉଡ଼ାଣ ମଧ୍ୟରେ ହଠାତ୍ ଆସିଥିବା ପ୍ରବଳ ଝଟକା କାରଣରୁ ୧୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଆହତ ହୋଇଥିଲେ। ବିମାନରେ ମୋଟ ୧୩୪ ଜଣ ଯାତ୍ର
ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଭୟଙ୍କର ଟର୍ବୁଲେନ୍ସ, ୧୨ ଯାତ୍ରୀ ଓ କ୍ରୁ ସଦସ୍ୟ ଆହତ, ୭ ଜଣ ହସ୍ପିଟାଲରେ ଭର୍ତି


ନୂଆଦିଲ୍ଲୀ, ୦୪ ଅଗଷ୍ଟ (ହି.ସ.)- ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ ଏଆଇ-୨୩୭୯ ମଙ୍ଗଳବାର ଭୟଙ୍କର ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ଉଡ଼ାଣ ମଧ୍ୟରେ ହଠାତ୍ ଆସିଥିବା ପ୍ରବଳ ଝଟକା କାରଣରୁ ୧୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଆହତ ହୋଇଥିଲେ। ବିମାନରେ ମୋଟ ୧୩୪ ଜଣ ଯାତ୍ରୀ ଥିଲେ। ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା, ଯେଉଁଠାରେ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସତର୍କତାମୂଳକ ଭାବେ ବିମାନବନ୍ଦର ନିକଟସ୍ଥ ଏକ ମେଡିକାଲ ସେଂଟରକୁ ପଠାଯାଇଥିଲା। ସେହିପରି ୭ ଜଣ ଯାତ୍ରୀଙ୍କୁ ପରବର୍ତୀ ଚିକିତ୍ସା ପାଇଁ ବସନ୍ତ କୁଞ୍ଜସ୍ଥିତ ଫୋର୍ଟିସ ଫ୍ଲାଇଟ୍ ଲେଫ୍େଟନାଂଟ ରାଜନ ଢଲ୍ଲ ହସ୍ପିଟାଲରେ ଭର୍ତି କରାଯାଇଛି।

ଏୟାର ଇଣ୍ଡିଆ ଘଟଣାର ପୁଷ୍ଟି କରି କହିଛି ଯେ, ଉଡ଼ାଣର କ୍ରୁଜ୍ ପର୍ଯ୍ୟାୟ ସମୟରେ ବିମାନଟି ହଠାତ୍ ଗୁରୁତର ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ କିଛି ସମୟ ପାଇଁ ବିମାନର ଉଚ୍ଚତାରେ ପରିବର୍ତନ ରେକର୍ଡ ହୋଇଥିଲା। ତଥାପି ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀ ପହଂଚିଥିଲା ଏବଂ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା।

ଘଟଣା ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଆହତ ହୋଇଛନ୍ତି। ବିମାନବନ୍ଦରରେ ମେଡିକାଲ ଟିମ୍ ସମସ୍ତଙ୍କର ଯାଂଚ କରିଥିଲା ଏବଂ ଯେଉଁମାନଙ୍କୁ ଆବଶ୍ୟକ ଥିଲା ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ସୁବିଧା କେନ୍ଦ୍ରକୁ ପଠାଯାଇଥିଲା। ଏୟାର ଇଣ୍ଡିଆ କହିଛି ଯେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ତାହାର ସର୍ବୋଚ୍ଚ ପ୍ରାଥମିକତା ଏବଂ ପ୍ରଭାବିତ ଲୋକମାନଙ୍କୁ ସମ୍ଭବ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ବିମାନ କମ୍ପାନୀର ଏକ ସମର୍ପିତ ସମନ୍ୱୟ ଦଳ ହସ୍ପିଟାଲରେ ମଧ୍ୟ ଉପସ୍ଥିତ ଅଛି, ଯାହା ରୋଗୀମାନଙ୍କ ଚିକିତ୍ସା, ଦସ୍ତାବେଜ ପ୍ରକ୍ରିୟା, ଅନ୍ୟାନ୍ୟ ବ୍ୟବସ୍ଥା ଏବଂ ସେମାନଙ୍କ ପରିଜନଙ୍କ ସହ ସମ୍ପର୍କ ବଜାୟ ରଖିବାରେ ହସ୍ପିଟାଲ ପ୍ରଶାସନ ସହ ସମନ୍ୱୟ କରୁଛି।

------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande