ପୂର୍ବତନ ରାଜ୍ୟପାଳ ଡ଼ଃ ଡିୱାଇ ପାଟିଲଙ୍କର କୋଲହାପୁରରେ ନିଧନ
ମୁମ୍ବାଇ, ୦୪ ଅଗଷ୍ଟ (ହି.ସ.)- ପୂର୍ବତନ ରାଜ୍ୟପାଳ ଏବଂ ବରିଷ୍ଠ ଶିକ୍ଷାବିଦ୍, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡ଼ଃ ଜ୍ଞାନଦେବ ଯଶବନ୍ତରାଓ ପାଟିଲ (୯୧)ଙ୍କର ମଙ୍ଗଳବାର ସକାଳେ ମହାରାଷ୍ଟ୍ରର କୋଲହାପୁରର କସବା ବାୱଡାସ୍ଥିତ ତାଙ୍କ ବାସଭବନରେ ନିଧନ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଘ
ପୂର୍ବତନ ରାଜ୍ୟପାଳ ଡ଼ଃ ଡିୱାଇ ପାଟିଲଙ୍କର କୋଲହାପୁରରେ ନିଧନ


ମୁମ୍ବାଇ, ୦୪ ଅଗଷ୍ଟ (ହି.ସ.)- ପୂର୍ବତନ ରାଜ୍ୟପାଳ ଏବଂ ବରିଷ୍ଠ ଶିକ୍ଷାବିଦ୍, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡ଼ଃ ଜ୍ଞାନଦେବ ଯଶବନ୍ତରାଓ ପାଟିଲ (୯୧)ଙ୍କର ମଙ୍ଗଳବାର ସକାଳେ ମହାରାଷ୍ଟ୍ରର କୋଲହାପୁରର କସବା ବାୱଡାସ୍ଥିତ ତାଙ୍କ ବାସଭବନରେ ନିଧନ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଘରେ ହିଁ ତାଙ୍କର ଚିକିତ୍ସା ଚାଲିଥିଲା। ଡିୱାଇ ପାଟିଲଙ୍କ ପାରିବାରିକ ସୂତ୍ର କହିଛନ୍ତି ଯେ, ମଙ୍ଗଳବାର କୋଲହାପୁରରେ ଡ଼ଃ ପାଟିଲଙ୍କ ପାର୍ôଥବ ଶରୀରର ଶେଷକୃତ୍ୟ କରାଯିବ।

କୋଲହାପୁର ଜିଲ୍ଲାର କସବା ବାୱଡାରେ ୨୨ ଅକ୍ଟୋବର ୧୯୩୫ ରେ ଜନ୍ମଗ୍ରହଣ କରିଥିବା ଡ଼ଃ ଡିୱାଇ ପାଟିଲ କୋଲହାପୁରରୁ ନିଜର ସାର୍ବଜନିକ ଜୀବନର ଆରମ୍ଭ କରିଥିଲେ। ସେ ଶିକ୍ଷା ଏବଂ ସମାଜସେବା କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଥିବା ଏକ ବିଶାଳ ଶିକ୍ଷାନୁଷ୍ଠାନ ସାମ୍ରାଜ୍ୟ ଗଢ଼ିଥିଲେ। ସେ ଶିକ୍ଷାକୁ ସାଧାରଣ ଲୋକଙ୍କ ପାଖକୁ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ ଏବଂ ଏହି କାରଣରୁ ତାଙ୍କୁ ଦେଶର ଅଗ୍ରଣୀ ଶିକ୍ଷାବିଦ୍ମାନଙ୍କ ମଧ୍ୟରେ ଗଣନା କରାଯାଏ।

ଡ଼ଃ ପାଟିଲ ନିଜର ରାଜନୈତିକ ଜୀବନର ଆରମ୍ଭ ତୃଣମୂଳ ସ୍ତରରୁ କରିଥିଲେ। ୧୯୫୭ ରୁ ୧୯୬୨ ପର୍ଯ୍ୟନ୍ତ ସେ କୋଲହାପୁର ନଗର ନିଗମର ସଦସ୍ୟ ଏବଂ ମହାପୌର ଥିଲେ। ଏହାପରେ ୧୯୬୭ ଏବଂ ୧୯୭୨ ରେ ପନ୍ହାଲା ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୧୯୭୮ ର ବିଧାନସଭା ନିର୍ବାଚନରେ ସେ ପରାଜୟର ସମ୍ମୁଖୀନ ହୋଇଥିଲେ, ଯାହା ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। କିନ୍ତୁ କଂଗ୍ରେସ ଦଳରେ ଦୀର୍ଘ ସମୟ ଧରି ସକ୍ରିୟ ରହିଥିବାରୁ ନଭେମ୍ବର ୨୦୦୯ ରେ ତାଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ମାର୍ଚ୍ଚ ୨୦୧୩ ରେ ସେ ବିହାରର ରାଜ୍ୟପାଳ ପଦ ଗ୍ରହଣ କରିଥିଲେ ଏବଂ କିଛି ସମୟ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ୱ ମଧ୍ୟ ସଫଳତାର ସହ ନିର୍ବାହ କରିଥିଲେ।

----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande