
ନୂଆଦିଲ୍ଲୀ, ୦୫ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆର୍ôଥକ ଠକେଇର ଏକ ମାମଲାରେ ୱାଂଟେଡ୍ ମହିଳା ବିଶାଖା ରାଠୋଡ଼ଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ସଫଳତାର ସହ ଭାରତକୁ ପ୍ରତ୍ୟର୍ପଣ କରାଇଛି। ରାଠୋଡ଼ ସୋମବାର ପୁଣେ ପହଂଚିଥିଲେ, ଯେଉଁଠାରେ ମହାରାଷ୍ଟ୍ର ପୋଲିସର ଏକ ଦଳ ତାଙ୍କୁ ହାଜତକୁ ନେଇଥିଲା।
ସିବିଆଇ ବୁଧବାର କହିଛି ଯେ ବିଶାଖା ରାଠୋଡ଼ ବ୍ୟାପକ ଆର୍ôଥକ ଠକେଇ ମାମଲାରେ ୱାଟେଡ୍ ଥିଲେ। ତାଙ୍କ ବିରୋଧରେ ଅଭିଯୋଗ ଯେ ସେ ଅନ୍ୟମାନଙ୍କ ସହ ମିଶି ନିବେଶକମାନଙ୍କୁ ବିଭିନ୍ନ ଯୋଜନାରେ ନିବେଶ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ଏବଂ ନିଶ୍ଚିତ ମାସିକ ରିଟର୍ନର ଆଶ୍ୱାସନ ଦେଇଥିଲେ। ପରେ ସେ ନିବେଶକମାନଙ୍କ ଟଙ୍କାର ଦୁରୁପଯୋଗ କରି ତାହାକୁ ଅନେକ ବ୍ୟାଙ୍କ ଖାତା ଏବଂ ଡିମ୍ୟାଟ୍ ଖାତା ମାଧ୍ୟମରେ ଏପଟୁ ସେପଟୁ ସ୍ଥାନାନ୍ତର କରିଥିଲେ।
ସିବିଆଇଙ୍କ ଅନୁସାରେ, ଏହି ମାମଲାରେ ପୂର୍ବରୁ ଇଂଟରପୋଲ ମାଧ୍ୟମରେ ରାଠୋଡ଼ଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରାଯାଇଥିଲା। ସିବିଆଇ କହିଛି ଯେ ବିଦେଶ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ସହଯୋଗରେ ଏହି କାର୍ଯ୍ୟ ସମ୍ଭବ ହୋଇଛି ଏବଂ ଏହା ଆନ୍ତର୍ଜାତୀୟ ସମନ୍ୱୟର ପରିଣାମ।
ଉଲ୍ଲେଖନୀୟ ଯେ, ଭାରତ ୨୦୧୯ରୁ ଜୁଲାଇ ୨୦୨୬ ମଧ୍ୟରେ ୩୬ଟି ଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ସଫଳତାର ସହ ପ୍ରତ୍ୟର୍ପଣ କରାଇଛି। କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଏହା ବିଦେଶରେ ରହି ଭାରତୀୟ ଆଇନରୁ ବଂଚିଯାଉଥିବା ଅପରାଧୀମାନଙ୍କୁ ନ୍ୟାୟର ପରିସରକୁ ଆଣିବା ପାଇଁ ଚାଲିଥିବା ଏକ ଅଭିଯାନର ଅଂଶ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ