ଚିଟଫଣ୍ଡ ମାମଲାରେ ୱାଇ. ଏସ୍. ଆର.ସି. ପି. ନେତାଙ୍କ ଘରେ ଇଡି ଚଢ଼ାଉ
ହାଇଦ୍ରାବାଦ, ଅଗଷ୍ଟ ୫ (ହି.ସ.)- ବହୁ-ରାଜ୍ୟ ଚିଟ୍ ଫଣ୍ଡ ଦୁର୍ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ୱାଇ. ଏସ୍. ଆର. କଂଗ୍ରେସ ପାର୍ଟି (ୱାଇ. ଏସ୍. ଆର.ସି. ପି.) ନେତା ମଲ୍ଲ ବିଜୟ ପ୍ରସାଦଙ୍କ ସହ ଜଡିତ ପରିସରରେ ବୁଧବାର ଦିନ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇ. ଡି.) ଅନୁସନ୍ଧାନ କରିଥିଲା। ଇଡି ଦ
ଚିଟଫଣ୍ଡ ମାମଲାରେ ୱାଇ. ଏସ୍. ଆର.ସି. ପି. ନେତାଙ୍କ ଘରେ ଇଡି ଚଢ଼ାଉ


ହାଇଦ୍ରାବାଦ, ଅଗଷ୍ଟ ୫ (ହି.ସ.)- ବହୁ-ରାଜ୍ୟ ଚିଟ୍ ଫଣ୍ଡ ଦୁର୍ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ୱାଇ. ଏସ୍. ଆର. କଂଗ୍ରେସ ପାର୍ଟି (ୱାଇ. ଏସ୍. ଆର.ସି. ପି.) ନେତା ମଲ୍ଲ ବିଜୟ ପ୍ରସାଦଙ୍କ ସହ ଜଡିତ ପରିସରରେ ବୁଧବାର ଦିନ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇ. ଡି.) ଅନୁସନ୍ଧାନ କରିଥିଲା। ଇଡି ଦଳ ବିଶାଖାପାଟଣା ଏବଂ ହାଇଦ୍ରାବାଦର ପାଂଚଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ।

ପୂର୍ବତନ ବିଧାୟକ ତଥା ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀର ଅଧ୍ୟକ୍ଷ ମଲ୍ଲ ବିଜୟ ପ୍ରସାଦଙ୍କ ବାସଭବନ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଇଡି ଦଳ ମଧ୍ୟ ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଥିଲା। ଚଢ଼ାଉ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।

ଇଡି ମଲ୍ଲା ବିଜୟ ପ୍ରସାଦ ଏବଂ ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀସ୍ ବିରୋଧରେ କଥିତ ଚିଟଫଣ୍ଡ ଦୁର୍ନୀତି ଏବଂ ସମ୍ପୃକ୍ତ ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି। କମ୍ପାନୀ ଜରିଆରେ ବିଭିନ୍ନ ରାଜ୍ୟରୁ ନିବେଶକଙ୍କ ଠାରୁ ପାଣ୍ଠି ସଂଗ୍ରହ କରି ଆର୍ôଥକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି।

ମଲ୍ଲା ବିଜୟ ପ୍ରସାଦ ବର୍ତମାନ ବିଶାଖାପାଟଣା ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀରୁ ୱାଇ. ଏସ୍. ଆର.ସି. ପି. ସଂଯୋଜକ ଅଛନ୍ତି। ପୂର୍ବରୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡରେ ତାଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ ହୋଇଛି। ୨୦୨୧ ରେ, ସେ ୨୦୧୯ ର ଏକ ଚିଟଫଣ୍ଡ ମାମଲାରେ ଓଡ଼ିଶା ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ସେତେବେଳେ ସେ ଆନ୍ଧ୍ର ପ୍ରଦେଶ ଶିକ୍ଷା ଏବଂ କଲ୍ୟାଣ ବିକାଶ ନିଗମର ଅଧ୍ୟକ୍ଷ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande