
ଭୋପାଳ, ୦୫ ଅଗଷ୍ଟ(ହି.ସ.) – ଭାରତର ଅଧ୍ୟକ୍ଷତାରେ ବୁଧବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବ୍ରିକ୍ସ୍ ସାଂସ୍କୃତିକ ସମ୍ମିଳନୀ-୨୦୨୬ ଆରମ୍ଭ ହୋଇଛି। କୁଶଭାଉ ଠାକ୍ରେ ସମ୍ମିଳନୀ (ମିଂଟୋ ହଲ୍)ରେ ବ୍ରିକ୍ସ୍ ଦେଶଗୁଡ଼ିକର ଅଧିକାରୀମାନଙ୍କ ଏକ ବୈଠକ ଚାଲିଛି।
ବୈଠକ ପୂର୍ବରୁ ସକାଳ ୧୧ଟାରେ ମିଂଟୋ ହଲ୍ରେ ସମସ୍ତ ଅତିଥିଙ୍କ ଫଟୋ ସେସନ୍ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ବୈଠକ। ଏହି ଚାରିଦିନିଆ ବୈଶ୍ୱିକ ସମ୍ମିଳନୀରେ ଅଂଶୀଦାର ଦେଶଗୁଡ଼ିକର ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଉଛନ୍ତି। ଏହି ସମ୍ମିଳନୀରେ ସାଂସ୍କୃତିକ ସହଯୋଗ, ଐତିହ୍ୟ ସଂରକ୍ଷଣ ଏବଂ ପାରସ୍ପରିକ ଭାଗିଦାରୀ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହେବ।
ମିଂଟୋ ହଲ୍ କମ୍ପେ୍ଲକ୍ସରେ ଜ୍ଞାନ ଭାରତମ୍', ପ୍ରୋଜେକ୍ଟ ମୌସମ' ଏବଂ ପ୍ରୋଜେକ୍ଟ ବୃହତର ଭାରତ' ଉପରେ ତିନୋଟି ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ଚାରିଦିନ ମଧ୍ୟରେ ଏହି ପ୍ରଦର୍ଶନୀଗୁଡ଼ିକ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଖୋଲା ରହିଥାଏ। ଏହି ପ୍ରଦର୍ଶନୀରେ ଭାରତର ପାଣ୍ଡୁଲିପି ଐତିହ୍ୟ, ସାମୁଦ୍ରିକ ସାଂସ୍କୃତିକ ସମ୍ପର୍କ ଏବଂ ସଭ୍ୟତାଗତ ସମ୍ପର୍କ ପ୍ରଦର୍ଶିତ ହେବା ସହିତ ଐତିହ୍ୟ ସଂରକ୍ଷଣ, ସାଂସ୍କୃତିକ କୂଟନୀତି ଏବଂ ଅନ୍ତର୍ଜାତୀୟ ସହଯୋଗ କ୍ଷେତ୍ରରେ ଭାରତର ପଦକ୍ଷେପକୁ ରେଖାଙ୍କିତ କରାଯିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି