କାନପୁର-ଲକ୍ଷେ୍ଣø ଏକ୍ସପ୍ରେସୱେ ଧସିବା ମାମଲାରେ ଏନଏଚଏଆଇର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ, ୦୫ ଅଗଷ୍ଟ (ହି.ସ.)- କାନପୁର-ଲକ୍ଷେ୍ଣø ଏକ୍ସପ୍ରେସୱେରେ ରାସ୍ତା ଧସିବା ମାମଲାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ନିର୍ମାଣ କମ୍ପାନୀ, ସ୍ୱାଧୀନ ଇଞ୍ଜିନିୟର ଏବଂ ସମ୍ପର୍କିତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏନଏଚଏଆଇ ନିର୍ମାଣ କମ୍ପାନୀ ପିଏନସି ଇନ୍
କାନପୁର-ଲକ୍ଷେ୍ଣø ଏକ୍ସପ୍ରେସୱେ ଧସିବା ମାମଲାରେ ଏନଏଚଏଆଇର କାର୍ଯ୍ୟାନୁଷ୍ଠାନ


ନୂଆଦିଲ୍ଲୀ, ୦୫ ଅଗଷ୍ଟ (ହି.ସ.)- କାନପୁର-ଲକ୍ଷେ୍ଣø ଏକ୍ସପ୍ରେସୱେରେ ରାସ୍ତା ଧସିବା ମାମଲାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ନିର୍ମାଣ କମ୍ପାନୀ, ସ୍ୱାଧୀନ ଇଞ୍ଜିନିୟର ଏବଂ ସମ୍ପର୍କିତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏନଏଚଏଆଇ ନିର୍ମାଣ କମ୍ପାନୀ ପିଏନସି ଇନ୍ଫ୍ରାଟେକ ଲିମିଟେଡକୁ ନନ୍-ପରଫର୍ମର' ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ସେହିପରି ଏକ୍ସପ୍ରେସୱେରେ ଫିଲହାଲ ଟୋଲ ଆଦାୟ ମଧ୍ୟ ବନ୍ଦ କରାଯାଇଛି।

କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବୁଧବାର କହିଛି ଯେ, ୬୩ କିଲୋମିଟର ଲମ୍ବା ଏକ୍ସପ୍ରେସୱେରେ ୨୬ ଜୁଲାଇରେ କିଲୋମିଟର ୬୪ ନିକଟରେ ପ୍ରାୟ ୩୦୦ ମିଟର ଅଂଶରେ ରାସ୍ତା ଧସିବା (ସ୍ଲିପେଜ) ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ଏନଏଚଏଆଇ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଇଥିଲା ଏବଂ ପ୍ରଭାବିତ ଅଂଶର ବ୍ୟାପକ ପ୍ରାଯୁକ୍ତିକ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲା।

ଏନଏଚଏଆଇ ପିଏନସି ଇନ୍ଫ୍ରାଟେକ ଲିମିଟେଡକୁ କାରଣ ଦର୍ଶାଅ ନୋଟିସ ଜାରି କରି ତାହା ବିରୋଧରେ ପ୍ରଦର୍ଶନ ସୁରକ୍ଷା ରାଶିର ଦୁଇ ପ୍ରତିଶତ ଜରିମାନା ଲଗାଇବା, ଦାୟୀ ଅଧିକାରୀମାନଙ୍କ ବିରୋଧରେ ତିନି ବର୍ଷ ପର୍ଯ୍ୟନ୍ତ ଡିବାରମେଂଟ କାର୍ଯ୍ୟାନୁଷ୍ଠାନ କରିବା ଏବଂ କମ୍ପାନୀର ରେଟିଂ କମାଇବା ପ୍ରସ୍ତାବ ରଖିଛି। ସେହିପରି କମ୍ପାନୀକୁ ନିଜ ଖର୍ଚ୍ଚରେ ପ୍ରାୟ ତିନି କୋଟି ଟଙ୍କା ବ୍ୟୟରେ ପ୍ରଭାବିତ ଅଂଶର ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଏନଏଚଏଆଇ ଉପରେ କୌଣସି ଅତିରିକ୍ତ ଆର୍ôଥକ ଭାର ପଡ଼ିବ ନାହିଁ।

ପ୍ରାଧିକରଣ ପ୍ରକଳ୍ପରେ ଅବହେଳା କରିଥିବା ଅଭିଯୋଗରେ ନିର୍ମାଣ ଏଜେନ୍ସିର ପ୍ରକଳ୍ପ ପରିଚାଳକ ବିବେକ କୁମାର ଗୁପ୍ତା, ସ୍ୱାଧୀନ ଇଞ୍ଜିନିୟରଙ୍କ ଟିମ୍ ଲିଡର ସୁରେନ୍ଦ୍ର କୁମାର ଏବଂ ରେସିଡେଂଟ ଇଞ୍ଜିନିୟର ଯତେନ୍ଦ୍ର କୁମାରଙ୍କୁ ପ୍ରକଳ୍ପରୁ ହଟାଇ ଦୁଇ ବର୍ଷ ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଏନଏଚଏଆଇ ଏବଂ ଏନଏଚଆଇଡିସିଏଲର ପ୍ରକଳ୍ପଗୁଡ଼ିକରୁ ନିଷିଦ୍ଧ କରିଦେଇଛି।

ଏହାଛଡ଼ା ବର୍ତମାନର ପ୍ରକଳ୍ପ ନିର୍ଦ୍ଦେଶକ ନକୁଲ ପ୍ରକାଶ ବର୍ମାଙ୍କୁ ତାଙ୍କ ମୂଳ ବିଭାଗକୁ ପଠାଇ ଦିଆଯାଇଛି। ସେହିପରି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ସୌରଭ ଚୌରସିଆ ଏବଂ ବର୍ତମାନର ପ୍ରକଳ୍ପ ନିର୍ଦ୍ଦେଶକ ନକୁଲ ପ୍ରକାଶ ବର୍ମାଙ୍କ ବିରୋଧରେ କଥିତ ଅବହେଳାକୁ ନେଇ ଅଭିଯୋଗପତ୍ର ଜାରି କରାଯାଉଛି।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande