ପ୍ରଧାନମନ୍ତ୍ରୀ ଏନଡିଏର ନୂତନ ରାଜ୍ୟସଭା ସଦସ୍ୟମାନଙ୍କ ସହ କଲେ ସାକ୍ଷାତ, ଜନତା ସହ ଜଡିତ ରହିବାର ଦେଲେ ଶିକ୍ଷା
ନୂଆଦିଲ୍ଲୀ, ୦୫ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନିଜ ବାସଭବନରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)ର ନବନିର୍ବାଚିତ ରାଜ୍ୟସଭା ସାଂସଦମାନଙ୍କ ସହ ଜଳଖିଆରେ ବୈଠକ କରିଥିଲେ। ନିକଟରେ ଅନ୍ୟ ଦଳରୁ ଏନଡିଏ ଏବଂ ଭାଜପାରେ ଯୋଗ ଦେଇଥିବା ସାଂସଦମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲ
ପ୍ରଧାନମନ୍ତ୍ରୀ ଏନଡିଏର ନୂତନ ରାଜ୍ୟସଭା ସଦସ୍ୟମାନଙ୍କ ସହ କଲେ ସାକ୍ଷାତ, ଜନତା ସହ ଜଡିତ ରହିବାର ଦେଲେ ଶିକ୍ଷା


ନୂଆଦିଲ୍ଲୀ, ୦୫ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନିଜ ବାସଭବନରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)ର ନବନିର୍ବାଚିତ ରାଜ୍ୟସଭା ସାଂସଦମାନଙ୍କ ସହ ଜଳଖିଆରେ ବୈଠକ କରିଥିଲେ। ନିକଟରେ ଅନ୍ୟ ଦଳରୁ ଏନଡିଏ ଏବଂ ଭାଜପାରେ ଯୋଗ ଦେଇଥିବା ସାଂସଦମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏଥିରେ ଭାଜପା ଅଧ୍ୟକ୍ଷ ନିତିନ ନବୀନ, ସ୍ୱାତି ମାଲିୱାଲ, ବିନୋଦ ତାୱଡେ, ସୁଜିତ କୁମାର, ଅଲକା ଗର୍ଜୁର, ଅଶୋକ ମିତଲ, ତରୁଣ ଚୁଗ ସହିତ ଅନେକ ସାଂସଦ ସାମିଲ ଥିଲେ।

ବୈଠକ ସମୟରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ସଂସଦର କାର୍ଯ୍ୟବିଧିରେ ନିୟମିତ ଭାବେ ଉପସ୍ଥିତ ରହିବା ଏବଂ ସକ୍ରିୟ ଭାଗୀଦାରି ନିଭାଇବାକୁ ପରାମର୍ଶ ଦେଇଥିଲେ। ସେ ସାର୍ବଜନିକ ଜୀବନରେ ସଂଯମ, ଶିଷ୍ଟାଚାର ଏବଂ ଗରିମାପୂର୍ଣ୍ଣ ଆଚରଣ ବଜାୟ ରଖିବା ଉପରେ ବିଶେଷ ଜୋର ଦେଇଥିଲେ।

ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ସୋସିଆଲ ମିଡିଆ ଏବଂ ପ୍ରଯୁକ୍ତିର ବ୍ୟବହାର ଦାୟିତ୍ୱବୋଧ ଏବଂ ସାବଧାନତା ସହ କରିବାକୁ କହିଥିଲେ। ସେ ସେମାନଙ୍କୁ “ଲୁଟିୟନ୍ସ ଦିଲ୍ଲୀ”ର ପ୍ରଭାବରୁ ବଂଚିବା ଏବଂ ଜନତା ସହ ଜଡିତ ରହିବାର ଶିକ୍ଷା ମଧ୍ୟ ଦେଇଥିଲେ।

ବୈଠକ ପରେ ଅନେକ ସାଂସଦ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତର ଅନୁଭବ ସେୟାର କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ସରଳତା ଏବଂ ପ୍ରେରଣାଦାୟକ ନେତୃତ୍ୱର ପ୍ରଶଂସା କରି କହିଥିଲେ ଯେ ବିକଶିତ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ଏବଂ ଜନତାଙ୍କ ଆଶା-ଆକାଂଙ୍ଖ୍ୟା ଉପରେ ସେମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହ କାମ କରିବାକୁ ପ୍ରତିବଦ୍ଧ।

ଭାଜପା ଅଧ୍ୟକ୍ଷ ଏବଂ ରାଜ୍ୟସଭା ସଦସ୍ୟ ନିତିନ ନବୀନ ନିଜ ଏକ୍ସ ହ୍ୟାଣ୍ଡଲରେ ଛବି ସେୟାର କରି କହିଥିଲେ ଯେ ଆଜି ନବନିର୍ବାଚିତ ରାଜ୍ୟସଭା ସାଂସଦମାନଙ୍କ ସହ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ମିଳିତ ହେଲି।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande