ଧାରା ୩୭୦ ହଟିବା ଜମ୍ମୁ-କାଶ୍ମୀର, ଲଦାଖର ବିକାଶରେ ନୂଆ ଅଧ୍ୟାୟ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୦୫ ଅଗଷ୍ଟ (ହି.ସ.)- ଜମ୍ମୁ-କାଶ୍ମୀର ଏବଂ ଲଦାଖରୁ ଧାରା ୩୭୦ର ବାଧା ହଟିବାର ଆଜି ୭ମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି ଯେ ସାତ ବର୍ଷ ପୂର୍ବେ ଧାରା ୩୭୦ ଏବଂ ୩୫(ଏ) ଇତିହାସର ଅଂଶ ହୋଇଯାଇଥିଲା। ଏହା ଫଳରେ ଜମ୍ମୁ-କାଶ୍ମୀର ଏବଂ ଲଦାଖର ବିକାଶରେ ଏକ
ଧାରା ୩୭୦ ହଟିବା ଜମ୍ମୁ-କାଶ୍ମୀର, ଲଦାଖର ବିକାଶରେ ନୂଆ ଅଧ୍ୟାୟ: ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, ୦୫ ଅଗଷ୍ଟ (ହି.ସ.)- ଜମ୍ମୁ-କାଶ୍ମୀର ଏବଂ ଲଦାଖରୁ ଧାରା ୩୭୦ର ବାଧା ହଟିବାର ଆଜି ୭ମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି ଯେ ସାତ ବର୍ଷ ପୂର୍ବେ ଧାରା ୩୭୦ ଏବଂ ୩୫(ଏ) ଇତିହାସର ଅଂଶ ହୋଇଯାଇଥିଲା। ଏହା ଫଳରେ ଜମ୍ମୁ-କାଶ୍ମୀର ଏବଂ ଲଦାଖର ବିକାଶରେ ଏକ ନିର୍ଣ୍ଣାୟକ ନୂଆ ଅଧ୍ୟାୟର ଆରମ୍ଭ ହୋଇଥିଲା। ଏହା ଜମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନଙ୍କ ଜୀବନରେ ବ୍ୟାପକ ପରିବର୍ତନ ଆଣିଛି। ଏହି ବର୍ଷ ୫ ଅଗଷ୍ଟ ଦିନଟି ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ବର୍ଷ ଆମ ଦେଶ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ଉଭୟ କେନ୍ଦ୍ରଶାସିତ ପ୍ରଦେଶରେ ଆସିଥିବା ପରିବର୍ତନର ଉଲ୍ଲେଖ କରି କହିଛନ୍ତି ଯେ ବର୍ତମାନ ଭିତିଭୂମି ସଂରଚନାର ବିସ୍ତାର ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ଉଦ୍ୟମିତା ଏବଂ କ୍ରୀଡ଼ା ପରି କ୍ଷେତ୍ରରେ ସୁଯୋଗ ବଢ଼ିଛି। ମହିଳା ହୁଅନ୍ତୁ କିମ୍ବା ସମାଜର ପ୍ରାନ୍ତିକ ବର୍ଗ, ଦଶକ ଧରି ନିଜର ମୌଳିକ ସାଂବିଧାନିକ ଅଧିକାରରୁ ବଂଚିତ ରହିଥିବା ଲୋକମାନେ ଭାରତୀୟ ସଂବିଧାନର ସମ୍ପୂର୍ଣ୍ଣ ପ୍ରୟୋଗ ଫଳରେ ସଶକ୍ତ ହୋଇଛନ୍ତି।

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ସ୍ମରଣ କରି ସେ କହିଛନ୍ତି ଯେ ଜାତୀୟ ଏକତା ପ୍ରତି ତାଙ୍କର ଆଜୀବନ ସମର୍ପଣ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଆସୁଛି। ଦଶକ ପୂର୍ବରୁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ୫ ଅଗଷ୍ଟ ୨୦୧୯ରେ ଐତିହାସିକ ଭାବେ ସାକାର ହୋଇଥିଲା।

ପ୍ରଧାନମନ୍ତ୍ରୀ ପୁଣିଥରେ ଦୋହରାଇଛନ୍ତି ଯେ ସରକାର ଜମ୍ମୁ-କାଶ୍ମୀର ଏବଂ ଲଦାଖର ପ୍ରଗତି ପାଇଁ ପ୍ରତିବଦ୍ଧ। ଆମେ ଚାହୁଁଛୁ ଯେ ପ୍ରତ୍ୟେକ ନାଗରିକ ବଡ଼ ସ୍ୱପ୍ନ ଦେଖିବା, ସେଗୁଡ଼ିକୁ ସାକାର କରିବା ଏବଂ ଏକ ବିକଶିତ ଭାରତ ଗଠନରେ ଅବଦାନ ରଖିବାର ସୁଯୋଗ ପାଆନ୍ତୁ।

ଗୃହ ମନ୍ତ୍ରାଳୟ ଏକ୍ସ ପୋଷ୍ଟରେ କହିଛି ଯେ ଧାରା ୩୭୦ର ବାଧା ହଟିବା ଫଳରେ ଜମ୍ମୁ-କାଶ୍ମୀରରେ ଶାନ୍ତିର ପରିବେଶ ସୃଷ୍ଟି ହୋଇଛି। ଧାରା ୩୭୦ ରଦ୍ଦ ହେବା ପରଠାରୁ କାଶ୍ମୀରରେ ବହୁତ କିଛି ବଦଳିଯାଇଛି। ପଥରମାଡ଼ ଏବେ ଅତୀତର କଥା ହୋଇଯାଇଛି। ଧାରା ୩୭୦ ରଦ୍ଦ ହେବାର ସାତ ବର୍ଷ ପରେ କାଶ୍ମୀର ଐତିହାସିକ ସଫଳତା ହାସଲ କରିଛି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande