
ନୂଆଦିଲ୍ଲୀ, ଅଗଷ୍ଟ ୬ (ହି.ସ.) - ହରିୟାଣାର ଅମ୍ବାଲା ଜିଲ୍ଲାର ଶାହଜାଦପୁରରେ ଦୂଷିତ ପାନୀୟ ଜଳ ପିଇବା ଦ୍ୱାରା ହୋଇଥିବା ଜଣ୍ଡିସ୍ କାରଣରୁ ଜଣେ ଯୁବତୀର ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ସ୍ୱତଃପ୍ରବୃତ ଭାବରେ ନୋଟିସ ଜାରୀ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ମାଗି ଆୟୋଗ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି। ଘଟଣା ବିଷୟରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ ପ୍ରଥମେ ଏକ ସ୍ଥାନୀୟ ଡାକ୍ତରଖାନାରେ ଜଣ୍ଡିସ୍ ପାଇଁ ଚିକିତ୍ସିତ ହୋଇଥିଲେ। ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଚଣ୍ଡିଗଡ଼ର ପିଜିଆଇଏମଇଆରକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅଞ୍ଚଳର ଅନ୍ୟ କେତେକ ପିଲାଙ୍କଠାରେ ମଧ୍ୟ ଜଣ୍ଡିସ୍ ହୋଇଥିବା ନିଶ୍ଚିତ ହୋଇଛି। ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଏହି ଅଞ୍ଚଳରେ ସର୍ବସାଧାରଣ ଟ୍ୟାପ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଦୂଷିତ ହୋଇଛି। ଚିକିତ୍ସାଧୀନ ପ୍ରଭାବିତ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ବିସ୍ତୃତ ବିବରଣୀ ଅନ୍ତର୍ଭୁକ୍ତ କରିବାକୁ ଆୟୋଗ ଏହି ରିପୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ