
ଲକ୍ଷ୍ନୌ, ୬ ଅଗଷ୍ଟ (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସପି) ର ବରିଷ୍ଠ ନେତା ତଥା ଉତର ପ୍ରଦେଶର ବଲିୟା ଜିଲ୍ଲାର ରସଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତାର ତିନି ଥର ବିଧାୟକ ହୋଇଥିବା ଉମାଶଙ୍କର ସିଂହ ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପରଲୋକ ଘଟିଛି । ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଗୁରୁବାର ଦିନ ଲକ୍ଷ୍ନୌର ଗୋମତୀନଗରସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା । ଦଳର ମୁଖ୍ୟ ମାୟାବତୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମୟରେ ଅତ୍ୟନ୍ତ ଭାବବିହ୍ୱଳ ଦେଖାଯାଉଥିଲେ । ମାୟାବତୀଙ୍କ ବ୍ୟତୀତ ବିଧାନସଭା ବାଚସ୍ପତି ସତୀଶ ମହାନାଙ୍କ ସମେତ ଅନେକ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆସିଥିଲେ ।
ମାୟାବତୀ କହିଛନ୍ତି ଯେ, ଉମାଶଙ୍କର ସିଂହ ବିଏସପିରେ ଯୋଗଦେବା ପରଠାରୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ କେବେ ବି ଦଳ ପ୍ରତି ବିଶ୍ୱାସଘାତକତା କରିନାହାନ୍ତି । ବିଏସପିରେ ଥିବା ସମୟରେ ସେ ନିଜ ନିର୍ବାଚନ ମଣ୍ଡଳିର ଜନତାଙ୍କ ଧ୍ୟାନ ରଖୁଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ଘଟିଛି, ଖବର ଶୁଣି ଗଭୀର ଦୁଃଖିତ । ଏହି ଦୁଃଖଦ ସମୟରେ ମୁଁ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଅଛି । ମୁଁ ଉମାଶଙ୍କର ସିଂହଙ୍କ ପରିବାରକୁ କେବଳ ଏତିକି କହିବାକୁ ଚାହେଁ ଯେ ଆପଣ ବି. ଏସ୍. ପି. ପ୍ରତି ସଚ୍ଚୋଟତା ପ୍ରଦର୍ଶନ କରିଛନ୍ତି । ଉମାଶଙ୍କର ସିଂହ ଜଣେ ବ୍ୟବସାୟୀ ଥିଲେ । ଅନେକ ସମୟରେ ଆପଣ ଦେଖିଥିବେ ଯେ, ଯେତେବେଳେ କ୍ଷମତା ପରିବର୍ତନ ହୋଇଥାଏ, ବ୍ୟବସାୟୀମାନେ ଦଳ ବଦଳାଇଥାନ୍ତି । କିନ୍ତୁ, ସେ ଦଳ ପ୍ରତି ବିଶ୍ୱାସଘାତକତା କରିନଥିଲେ । ସେ ମୋତେ ଭଉଣୀ ଭଳି ମାନୁଥିଲେ । ଏହି ମାସରେ ରକ୍ଷାବନ୍ଧନ ମଧ୍ୟ ରହିଛି । ରକ୍ଷାବନ୍ଧନ ପର୍ବରେ, ମୁଁ ଲକ୍ଷ୍ନୌରେ ଥାଏ କିମ୍ବା ଦିଲ୍ଲୀରେ, ସେ ମୋତେ ରାଖୀ ବାନ୍ଧିଥିଲେ । ବି. ଏସ୍. ପି. ମୁଖ୍ୟ କହିଛନ୍ତି, 'ତାଙ୍କର ଏକ ପୁଅ ଅଛି, ମୁଁ ତାଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ ଯଦି ପରିବାର ଚାହେଁ, ମୁଁ ରାଜନୀତିରେ ତାଙ୍କ ପୁଅକୁ ବଢେଇବି । ଯଦିଓ ଏହା କହିବାର ସୁଯୋଗ ନୁହେଁ, ସେ ରାଜନୀତିରେ ବେଶ୍ ସକ୍ରିୟ ରହିଛନ୍ତି । ପରିବାର ଚାହିଁଲେ, ମୁଁ ତାଙ୍କ ସ୍ଥାନରେ ତାଙ୍କ ପୁଅକୁ ଗୁରୁତ୍ୱ ଦେବି । ଉମାଶଙ୍କରଙ୍କ ବିଦାୟ ଆମ ଦଳକୁ ବହୁତ କ୍ଷତି ପହଂଚାଇଛି ।
ବିଏସପି ନେତା ସତୀଶ ମିଶ୍ର କହିଛନ୍ତି ଯେ, ଉମାଶଙ୍କର ଆମ ସାନ ଭାଇ ଭଳି ଥିଲେ । ମୋ ପ୍ରତି ତାଙ୍କର ବହୁତ ସମ୍ମାନ ଥିଲା । ବାଚସ୍ପତି ସତୀଶ ମହାନା କହିଥିଲେ ଯେ ଉମାଶଙ୍କର ସିଂହଙ୍କର ସମସ୍ତଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ, ବନ୍ଧୁତ୍ୱପୂର୍ଣ୍ଣ ଏବଂ ସ୍ନେହର ସମ୍ପର୍କ ଥିଲା' । ବିଧାନସଭାରେ ଯେଉଁଭଳି ଭାବେ ଯୁକ୍ତିରେ ସେ ତାଙ୍କ ଭାଷଣକୁ ପ୍ରଭାବୀ ଢ଼ଙ୍ଗରେ ରଖୁଥିଲେ ତାହା ଉପରେ ଆଲୋଚନା ହେଉଥିଲା । ଯେତେବେଳେ ବିଧାନସଭାରେ ତାଙ୍କ ଦ୍ୱାରା ଏକ ପ୍ରସଙ୍ଗ ରଖାଯାଉଥିଲା, ସେତେବେଳେ ଏହାକୁ ସମଗ୍ର ବିଧାନସଭାରେ ଧ୍ୟାନ ଦିଆଯାଉଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ