
ନୂଆଦିଲ୍ଲୀ, ୦୬ ଅଗଷ୍ଟ(ହି.ସ.) – କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ପଶ୍ଚିମବଙ୍ଗର ଗୌହାଟୀରୁ ୨୦୨୧ ବିଧାନସଭା ନିର୍ବାଚନ ପରବର୍ତୀ ହିଂସା ସହ ଜଡ଼ିତ ଅଭିଜିତ ସରକାର ହତ୍ୟା ମାମଲାରେ ଘୋଷିତ ଅପରାଧୀ ଅରୂପ ଦାସ ଓରଫ ବାପି ଦାସଙ୍କୁ ଗିରଫ କରିଛି। ୨୦୨୧ ମସିହାରେ ଏଫ୍.ଆଇ.ଆର୍. ପଞ୍ଜିକୃତ ହେବା ପରଠାରୁ ଅଭିଯୁକ୍ତ ଜଣକ ଫେରାର ଥିଲେ।
ସିବିଆଇ ଗୁରୁବାର ଦିନ କହିଛି ଯେ ଅଭିଯୁକ୍ତମାନେ କେବେବି ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟାରେ ଯୋଗ ଦେଇନାହାନ୍ତି। ତାଙ୍କୁ ଗିରଫ କରିବା ପାଇଁ ଏଜେନ୍ସି ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଗୁଇନ୍ଦା ସୂଚନା ଏବଂ ବୈଷୟିକ ସୂଚନା ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା।
କୋଲକାତା ହାଇକୋର୍ଟଙ୍କ ୧୯ ଅଗଷ୍ଟ ୨୦୨୧ ତାରିଖର ଆଦେଶର ଅନୁପାଳନ କରି ୨୦୨୧ ଅଗଷ୍ଟ ୨୫ରେ କୋଲକାତାର ନାରକେଲଡାଙ୍ଗା ପୋଲିସ ଷ୍ଟେସନରେ ପଞ୍ଜୀକୃତ ଏଫ୍.ଆଇ.ଆର୍.କୁ ସି.ବି.ଆଇ. ନିଜ ହାତକୁ ନେଇଥିଲା ଏବଂ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲା ୨ ମେ’ ୨୦୨୧ରେ ସୀତାଲାଟାଲା ଲେନ୍ରେ ଅଭିଜିତ ସରକାରଙ୍କ କଥିତ ହତ୍ୟା ସହ ଜଡ଼ିତ।
ତଦନ୍ତ ଶେଷ ହେବାପରେ, ସିବିଆଇ ୨୦୨୧ ଏବଂ ୨୦୨୫ ମସିହାରେ ୩୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଏବଂ ସପ୍ଲିମେଂଟାରୀ ଚାର୍ଜସିଟ୍ ଦାଖଲ କରିଥିଲା। ଏମାନଙ୍କ ମଧ୍ୟରେ ଅଛନ୍ତି ଅରୂପ ଦାସ ଓରଫ ବାପି ଦାସ, ତତ୍କାଳୀନ ଟିଏମ୍ସି ବିଧାୟକ ପରେଶ ପାଲ୍ ଏବଂ ତତ୍କାଳୀନ ଟିଏମ୍ସି କାଉନସିଲର ସ୍ୱପନ ସମଦ୍ଦର ଏବଂ ପାପିଆ ଘୋଷ। ବର୍ତମାନ କୋଲକାତାର ସିଟି ସେସନ୍ କୋର୍ଟରେ ଏହି ମାମଲାର ଶୁଣାଣୀ ଚାଲିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି