ଛାତ୍ରଙ୍କ ସ୍ୱରକୁ ମେଟା ଦମନ କରୁଛି ବୋଲି ଅଭିଯୋଗ କରି ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ
ନୂଆଦିଲ୍ଲୀ, ୦୬ ଅଗଷ୍ଟ(ହି.ସ.) – ଯୁବ କଂଗ୍ରେସ କର୍ମୀମାନେ ଗୁରୁବାର ଦିନ ତାଜ ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ମେଟା ଛାତ୍ରମାନଙ୍କ ସ୍ୱରକୁ ଦମନ କରୁଥିବା ଅଭିଯୋଗ କରିଛନ୍ତି। ସଂଗଠନ ଦାବି କରିଛି ଯେ ଛାତ୍ର ଆନ୍ଦୋଳନ ସମ୍ବନ୍ଧୀୟ ଭିଡିଓ ଏବଂ ସରକାରଙ୍କୁ ପ୍ରଶ୍ନ କରୁଥିବା ପୋଷ୍ଟଗୁଡ଼ିକୁ ହଟା
ଛାତ୍ରଙ୍କ ସ୍ୱରକୁ ମେଟା ଦମନ କରୁଛି ବୋଲି ଅଭିଯୋଗ କରି ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ


ନୂଆଦିଲ୍ଲୀ, ୦୬ ଅଗଷ୍ଟ(ହି.ସ.) – ଯୁବ କଂଗ୍ରେସ କର୍ମୀମାନେ ଗୁରୁବାର ଦିନ ତାଜ ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ମେଟା ଛାତ୍ରମାନଙ୍କ ସ୍ୱରକୁ ଦମନ କରୁଥିବା ଅଭିଯୋଗ କରିଛନ୍ତି। ସଂଗଠନ ଦାବି କରିଛି ଯେ ଛାତ୍ର ଆନ୍ଦୋଳନ ସମ୍ବନ୍ଧୀୟ ଭିଡିଓ ଏବଂ ସରକାରଙ୍କୁ ପ୍ରଶ୍ନ କରୁଥିବା ପୋଷ୍ଟଗୁଡ଼ିକୁ ହଟାଇ ଦିଆଯାଉଛି, ଯେତେବେଳେ କି ଘୃଣ୍ୟ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ଯୁବ କଂଗ୍ରେସ କହିଛି ଯେ ମେଟାର ବିଶ୍ୱସ୍ତରୀୟ ଦଳକୁ ଏକ ବାର୍ତା ପଠାଇବା ପାଇଁ ଏହି ପ୍ରଦର୍ଶନ କରାଯାଇଥିଲା ଯେ ଭାରତର ଛାତ୍ର ଏବଂ ନାଗରିକଙ୍କ ସ୍ୱରକୁ ବନ୍ଦ କରାଯାଇପାରିବ ନାହିଁ। ଏହି ସଂଗଠନ ଅଭିଯୋଗ କରିଛି ଯେ ମୋଦୀ ସରକାରଙ୍କ ଚାପରେ ମେଟା ଭାରତୀୟ ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦମନ କରୁଛି।

ଏହି ବିକ୍ଷୋଭରେ ଯୁବ କଂଗ୍ରେସର ଜାତୀୟ ସମ୍ପାଦକ ପମ୍ମି ସିଂହ, ଜାତୀୟ ଯୁଗ୍ମ ସମ୍ପାଦକ କରଣ ଚୌରାସିଆ ଏବଂ ସଙ୍ଗଠନର ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande