
ନୂଆଦିଲ୍ଲୀ, ଅଗଷ୍ଟ 6(ହି.ସ) ଦେଶରେ ନେଟଫ୍ଲିକ୍ସର 10 ବର୍ଷ ପାଳନ ପାଇଁ ଉତ୍ସବ ଆରମ୍ଭ ହୋଇଛି। ଏହି ଐତିହାସିକ ଅବସରରେ ନେଟଫ୍ଲିକ୍ସର କୋ-ସିଇଓ ଟେଡ୍ ସାରାଣ୍ଡୋସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ବିଳମ୍ବିତ ରାତିରେ 'ଏକ୍ସ ରେ ଫଟୋ ସେୟାର କରି ଏହି ବୈଠକରେ ନିଜର ଖୁସି ବ୍ୟକ୍ତ କରିଥିଲେ। ଉଭୟ ମନୋରଞ୍ଜନର ବୈଶ୍ୱିକ ଦିଗ ଉପରେ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଟେଡ୍ ସାରାଣ୍ଡୋସଙ୍କୁ ଭେଟି ଖୁସି ଲାଗିଲା। ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ଅପାର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ଭାରତରେ କାହାଣୀ କହିବାର ଏକ ସମୃଦ୍ଧ ପରମ୍ପରା ରହିଛି ଏବଂ ସୃଜନଶୀଳ ପ୍ରତିଭାର ଏକ ଅସାଧାରଣ ଭଣ୍ଡାର ରହିଛି। ବିଷୟବସ୍ତୁ ସୃଷ୍ଟି ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଦେଶର ସ୍ଥିତିକୁ ସୁଦୃଢ଼ କରିବା ଲାଗି ଏହାର ଲାଭ ଉଠାଯାଇପାରିବ ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା