
ନୂଆଦିଲ୍ଲୀ, ୦୧ ସେପ୍ଟେମ୍ବର(ହି.ସ.) – ଭାରତୀୟ ଜନତା ପାର୍ଟି(ବିଜେପି) ଆଜି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାକୁ ମୃତ ଅର୍ଥନୀତି' ବୋଲି ବର୍ଣ୍ଣନା କରିଥିବାରୁ ତୀବ୍ର ସମାଲୋଚନା କରି କହିଛି ଯେ ଚଳିତ ଆର୍ôଥକ ବର୍ଷର ପ୍ରଥମ ତ୍ରୟମାସିକ ପରିସଂଖ୍ୟାନକୁ ଭୁଲ ଭାବେ ଉପସ୍ଥାପନ କରିଥିବାରୁ କଂଗ୍ରେସ ନେତା ଦେଶକୁ କ୍ଷମା ମାଗିବା ଉଚିତ।
ବିଶ୍ୱ ସଙ୍କଟ ଏବଂ ଆର୍ôଥକ ଆହ୍ୱାନ ସତ୍ୱେ ଭାରତର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସରକାରଙ୍କ ଆର୍ôଥକ ନୀତିର ପରିଣାମ ବୋଲି ବିଜେପି କହିଛି।
ବିଜେପି ସାଂସଦ ରବି ଶଙ୍କର ପ୍ରସାଦ ଦଳର ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଉପସାଗରୀୟ ସଙ୍କଟ, ତୈଳ ଯୋଗାଣ ଆହ୍ୱାନ ଏବଂ ବିଶ୍ୱବ୍ୟାପୀ ଅନିଶ୍ଚିତତା ଜାରି ରହିଥିବା ସମୟରେ ସେହି ତ୍ରୈମାସିକରେ ଭାରତ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରେକର୍ଡ଼ କରିଛି। ଏହି ସମୟ ମଧ୍ୟରେ ଜର୍ମାନୀ ୧ ପ୍ରତିଶତ, ବ୍ରିଟେନ ଏବଂ ଆମେରିକା ୨ ପ୍ରତିଶତ, କାନାଡ଼ା ୧ ପ୍ରତିଶତ ଏବଂ ମାଲେସିଆ ୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ସେ କହିଥିଲେ ଯେ ଏହି ପରିସଂଖ୍ୟାନ ଦର୍ଶାଉଛି ଯେ ବୈଶ୍ୱିକ ଆର୍ôଥକ ସଙ୍କଟ ମଧ୍ୟରେ ମଧ୍ୟ ଭାରତ ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥା ତୁଳନାରେ ଭଲ ପ୍ରଦର୍ଶନ କରୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ, ଅର୍ଥ ମନ୍ତ୍ରଣାଳୟର ପରିଚାଳନା ଏବଂ ସରକାରଙ୍କ ଆର୍ôଥକ ନୀତିକୁ ପ୍ରଶଂସା କରାଯାଇଥିଲା।
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସେ ଭାରତୀୟ ଅର୍ଥନୀତିକୁ ଏକ ମୃତ ଅର୍ଥନୀତି' ଭାବରେ ବର୍ଣ୍ଣନା କରିଛନ୍ତି, କିନ୍ତୁ ୭.୮ ପ୍ରତିଶତ ଅଭିବୃଦ୍ଧି ହାର ତାଙ୍କ ଦାବିର ଉପଯୁକ୍ତ ଉତର। ଦଳ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ଦେଶର ଅର୍ଥନୀତି ବିଷୟରେ ମିଥ୍ୟା ବିବୃତି ଦେଇ ଲୋକଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେ ଦେଶକୁ କ୍ଷମା ମାଗିବା ଉଚିତ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି