ରେଳ ସୁରକ୍ଷା ଏବଂ ପରିବହନ କ୍ଷମତାକୁ ସୁଦୃଢ଼ କରାଯିବ, ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି
ନୂଆଦିଲ୍ଲୀ, ୦୧ ସେପ୍ଟେମ୍ବର(ହି.ସ.) – ଭାରତୀୟ ରେଳବାଇ ସୁରକ୍ଷା, ସଙ୍କେତ ଆଧୁନିକୀକରଣ ଏବଂ ପରିବହନ କ୍ଷମତା ବୃଦ୍ଧି ସମ୍ବନ୍ଧୀୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ସମସ୍ତିପୁର ଡିଭିଜନର ୨୧ଟି ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଂଟରଲକିଙ୍ଗ୍ ପାଇଁ ୨୩୩ କୋଟି ଟଙ୍କା, ଦକ୍ଷିଣ ପୂର୍
ରେଳ ସୁରକ୍ଷା ଏବଂ ପରିବହନ କ୍ଷମତାକୁ ସୁଦୃଢ଼ କରାଯିବ, ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି


ନୂଆଦିଲ୍ଲୀ, ୦୧ ସେପ୍ଟେମ୍ବର(ହି.ସ.) – ଭାରତୀୟ ରେଳବାଇ ସୁରକ୍ଷା, ସଙ୍କେତ ଆଧୁନିକୀକରଣ ଏବଂ ପରିବହନ କ୍ଷମତା ବୃଦ୍ଧି ସମ୍ବନ୍ଧୀୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ସମସ୍ତିପୁର ଡିଭିଜନର ୨୧ଟି ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଂଟରଲକିଙ୍ଗ୍ ପାଇଁ ୨୩୩ କୋଟି ଟଙ୍କା, ଦକ୍ଷିଣ ପୂର୍ବ ରେଳବାଇର ଆଦ୍ରା-ଜୟଚାନ୍ଦିପାହାର-ସାଙ୍କା ବାଇପାସ୍ ଲାଇନ ପାଇଁ ୨୭୨ କୋଟି ଟଙ୍କା ଏବଂ ମୋରାଦାବାଦ ଡିଭିଜନର ୭୧୨ କିଲୋମିଟର ମାର୍ଗରେ କଭାଚ୍ ୪.୦ ପାଇଁ ୧୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୬୭୫ କୋଟି ଟଙ୍କା ଖର୍ଚ୍ଚ ହେବ।

ପୁରୁଣା ସିଗନାଲିଂ ବ୍ୟବସ୍ଥାର ଆଧୁନିକୀକରଣ, ଟ୍ରେନ୍ ପରିଚାଳନାର ସୁରକ୍ଷା ବୃଦ୍ଧି, ମାଲବାହୀ ଟ୍ରେନ୍ ଚଳାଚଳ ତ୍ୱରାନ୍ୱିତ କରିବା ଏବଂ ରେଳ ନେଟ୍ୱାର୍କର କ୍ଷମତା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ବୋଲି ରେଳବାଇ କହିଛି।

ମନ୍ତ୍ରଣାଳୟ ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ରେଳବାଇର ସମସ୍ତିପୁର ଡିଭିଜନର ୨୧ଟି ଷ୍ଟେସନରେ ବିଦ୍ୟମାନ ପ୍ୟାନେଲ ଇଂଟରଲକିଙ୍ଗକୁ ଇଲେକ୍ଟ୍ରୋନିକ୍ ଇଂଟରଲକିଙ୍ଗ ସହିତ ବଦଳାଇବାକୁ ଅନୁମୋଦନ ଦିଆଯାଇଛି। ଏହି କାର୍ଯ୍ୟରେ ୨୩୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଆଧୁନିକ କମ୍ପ୍ୟୁଟର ଆଧାରିତ ବ୍ୟବସ୍ଥା ପୁରୁଣା ରିଲେ ଆଧାରିତ ବ୍ୟବସ୍ଥା ତୁଳନାରେ ଅଧିକ ବିଶ୍ୱସନୀୟ ହେବ। ଏହା ତ୍ରୁଟି ଚିହ୍ନଟ ଏବଂ ରକ୍ଷଣାବେକ୍ଷଣକୁ ସହଜ କରିବ ଏବଂ ପରିଚାଳନା ନମନୀୟତାକୁ ବୃଦ୍ଧି କରିବ। ଏହି ପ୍ରକଳ୍ପ ଏହି ଷ୍ଟେସନଗୁଡ଼ିକରେ ସିଗନାଲିଂ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ କାଭାଚ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଆଧୁନିକ ଭିତିଭୂମି ସୃଷ୍ଟି କରିବ।

ଦକ୍ଷିଣ ପୂର୍ବ ରେଳବାଇରେ ୨୭୨ କୋଟି ଟଙ୍କା ବ୍ୟୟରେ ଆଦ୍ରା ଏଣ୍ଡରୁ ଜୟଚାନ୍ଦିପାହାର ମଧ୍ୟରେ ୧୧ କିଲୋମିଟର ଦୀର୍ଘ ବାଇପାସ୍ ଲାଇନକୁ ମଞ୍ଜୁରି ଦିଆଯାଇଛି। ଆଦ୍ରା-ଜୟଚାନ୍ଦୀପାହାଡ଼-ସାଙ୍କା ବାଇପାସ ଭୂପୃଷ୍ଠ ଅତିକ୍ରମ କାରଣରୁ ବର୍ତମାନର ପରିଚାଳନାଗତ ପ୍ରତିବନ୍ଧକ ଏବଂ ବିଳମ୍ବକୁ ହ୍ରାସ କରିବ। ଏହି ବାଇପାସ୍ ଆଗାମୀ ତୃତୀୟ ଲାଇନକୁ ଦ୍ୱିମୁଖୀ ସଂଯୋଗ ପ୍ରଦାନ କରିବ ଏବଂ ମାଲବାହୀ ଟ୍ରେନ୍ ପାଇଁ ପୃଥକ ମାର୍ଗ ସୁନିଶ୍ଚିତ କରିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande