ଭଦ୍ରକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ଭଦ୍ରକ, ୧୨ ସେପ୍ଟେମ୍ବର (ହି.ସ.) - ଜାତୀୟ ଆଇନ ସେବା ପ୍ରାଧିକାରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ। କଟକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜ଼ିଲ୍ଲା ନ୍ୟାୟାଳୟ, ନଳାଙ୍ଗ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା
3RD RASTRIYA LOK ADALAT


ଭଦ୍ରକ, ୧୨ ସେପ୍ଟେମ୍ବର (ହି.ସ.) - ଜାତୀୟ ଆଇନ ସେବା ପ୍ରାଧିକାରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ। କଟକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜ଼ିଲ୍ଲା ନ୍ୟାୟାଳୟ, ନଳାଙ୍ଗ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ।ଲଲାଟେନ୍ଦୁ ଜେନା ଅଧ୍ୟକ୍ଷତା କରି ଥିବା ବେଳେ ଜ଼ିଲ୍ଲା ଆଇନ ସେବା ପ୍ରାଧିକାରଣର ସଚିବ ପୁଣ୍ୟଶ୍ଳୋକ ରଥ ଏହି ଲୋକ ଅଦାଲତ କୁ ପରିଚାଳନା କରି ଥିଲେ। ଏଥି ସହ ସ୍ଥାୟୀ ଲୋକ ଅଦାଲତ (ଜନପୋଯୋଗୀ ସେବା), ଭଦ୍ରକରେ ତଥା ଜିଲ୍ଲା ମଧ୍ୟରେ ଥିବା ୩ଟି ତାଲୁକ ଲିଗାଲ କମିଟି ବାସୁଦେବପୁର, ଚାନ୍ଦବାଲି, ଧାମନଗର କୋର୍ଟ ପରିସରରେ ମଧ୍ୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ମୋଟ ୫ କୋଟି ୩ ଲକ୍ଷ ୭୨ ହଜାର ୩ ଶହ ୧୩ ଟଙ୍କାରେ ୧ ହଜାର ୨ ଶହ ୪୦ ଟି ମୋକଦ୍ଦମମାର ଆପୋଷ ସମଧାନ ହୋଇ ଥିଲା । ସେଗୁଡିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବୁନାଲର ବିଚରାଧୀନ ଥିବା ୩୬ ଟି ମାମଲାର ୩ କୋଟି ୧୨ ଲକ୍ଷ ୧୦ ହଜାର ଟଙ୍କାରେ, ୩୬ ଟି, ଚେକ ବାଉନ୍ସ ପୁନଃରୁଦ୍ଧାର ମାମଲା ୫୫ ଲକ୍ଷ ୬୯ ହଜାର ୪୯ ଟଙ୍କାରେ, ୧୪ ଟି ବୈବାହିକ ବିବାଦ, ୩୪୯ ଟି ରାଜସ୍ୱ ମୋକଦ୍ଦମା, ୬୯ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୫ ହଜାର ୯ ଶହ ୮୯ ଟି ବ୍ୟାଙ୍କ ଋଣ ମାମଲା ୩୩ ଲକ୍ଷ ୪୭ ହଜାର ୩ ଶହ ସାତ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନେ ବିଲ ସମ୍ବନ୍ଧୀୟ ୯ଟି ମାମଲା ୧୮ ହଜାର ୪୯ ଟଙ୍କାରେ, ବିଦ୍ୟୁତ୍ ବିଭାଗର ୩୯୦ ଟି ମାମଲା ୬୦ଲକ୍ଷ ଟଙ୍କାରେ , ୪୦ଟି ବକେୟା ଟ୍ରାଫିକ ଚାଲାଣ ୪ ଲକ୍ଷ ୫୯ ହଜାର ଟଙ୍କକ୍ଷରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ଅଛି। ଏହି ଲୋକ ଅଦାଲତରେ ଜିଲ୍ଲା ନ୍ୟାୟଳୟ ଭଦ୍ରକର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ପ୍ରଭାତ କୁମାର ରାଜଗୁରୁ, ବିଚାରପତି, ପରିବାର ଅଦାଲତ, ଅରବିନ୍ଦ ରଥ, ସ୍ଥାଇ ଲୋକ ଅଦଲତ (ଜନ ଉପଯୋଗୀ ସେବା), ଭଦ୍ରକ ଅଧ୍ୟକ୍ଷ ବିଜୟ କୁମାର ପାତ୍ର, ସହକାରୀ ଦୌରାଜଜ (ସ୍ୱତନ୍ତ୍ର ଟ୍ରାକ କୋର୍ଟ), ଭଦ୍ରକ ଜ୍ୟୋତିରଞ୍ଜନ ଦାଶ, ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରୀ, ସ୍ୱଜାଲି ମହାନ୍ତି, ବରିଷ୍ଠ ଦେୱାନୀ ବିଚାରପତି, ଚିନ୍ମୟୀ ପଣ୍ଡା, ଅତିରିକ୍ତ ବରିଷ୍ଠ ଦେୱାନୀ, ଶ୍ରୀମତୀ ଶିବାନୀ, କନିଷ୍ଠ ଦେୱନୀ ବିଚାରପତି, ଉମାକାନ୍ତ ବେହେରା, ତଥା ସମସ୍ତ ବିଚାରପତି ବୃନ୍ଦ ତଥା ଜାତୀୟ କରଣ ବ୍ୟାଙ୍କ, ବିଦ୍ୟୁତ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଲୋକ ଅଦାଲତ କୁ ସଫଳ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande