ଅଟଳ ମାର୍ଗ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ, ନିର୍ମାଣାଧୀନ ରାସ୍ତା ଓ ଡ୍ରେନ୍ କାମର ମାନକୁ ନେଇ ଅଂଚଳବାସୀଙ୍କ ଅଭିଯୋଗ
ଭଦ୍ରକ, ୧୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରର ବହୁ ପ୍ରତୀକ୍ଷିତ ଅଟଳ ମାର୍ଗ ନିର୍ମାଣକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ପ୍ରଶ୍ନ ଦେଖାଦେଇଛି। ବଜାର ସ୍ୱାଇଁ ମନ୍ଦିରଠାରୁ ମହତାବ ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ଏହି ରାସ୍ତା ସହ ଡ୍ରେନ୍ ଓ କଂକ୍ରିଟ୍ କାମ ଚାଲିଥିବା ବେଳେ କାମର ଗୁଣବତ
ATAL MARGA NIRMANA PIC


ଭଦ୍ରକ, ୧୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରର ବହୁ ପ୍ରତୀକ୍ଷିତ ଅଟଳ ମାର୍ଗ ନିର୍ମାଣକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ପ୍ରଶ୍ନ ଦେଖାଦେଇଛି। ବଜାର ସ୍ୱାଇଁ ମନ୍ଦିରଠାରୁ ମହତାବ ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ଏହି ରାସ୍ତା ସହ ଡ୍ରେନ୍ ଓ କଂକ୍ରିଟ୍ କାମ ଚାଲିଥିବା ବେଳେ କାମର ଗୁଣବତା, ନିର୍ମାଣ ପ୍ରଣାଳୀ ଏବଂ ଅଧିକାରୀଙ୍କ ତଦାରଖକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣରେ କଂକ୍ରିଟ୍ ଢଳାଯାଉଥିବା ବେଳେ ଏହାର ମାନ ଏବଂ ନିର୍ଦ୍ଧାରିତ ବୈଷୟିକ ମାନଦଣ୍ଡ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ, ତାହା ନେଇ ସନ୍ଦେହ ରହିଛି। ରାସ୍ତାର ସ୍ପେସିଂ, କଂକ୍ରିଟ୍ର ଘନତା ଓ ଅନ୍ୟାନ୍ୟ ନିର୍ମାଣ ପ୍ରକ୍ରିୟା ଠିକ୍ ଭାବେ ହେଉଛି କି ନାହିଁ, ସେନେଇ ମଧ୍ୟ ଯାଂଚ ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏତେ ବଡ଼ ଏକ ରାସ୍ତା ନିର୍ମାଣ କାମ ଚାଲିଥିବା ସମୟରେ ସମ୍ପୃକ୍ତ ବିଭାଗର ଯନ୍ତ୍ରୀ ଓ ଅଧିକାରୀମାନେ ନିୟମିତ ଭାବେ କାମର ତଦାରଖ କରୁଛନ୍ତି କି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, କାମ ଚାଲିଥିବା ସମୟରେ ଆବଶ୍ୟକ ତଦାରଖ ବ୍ୟବସ୍ଥା ଦୃଶ୍ୟମାନ ହେଉନାହିଁ। ଫଳରେ ଠିକାଦାରୀ ସଂସ୍ଥା ନିଜ ଇଚ୍ଛା ଅନୁଯାୟୀ କାମ କରୁଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି। ଅଂଚଳବାସୀ ଆହୁରି ଅଭିଯୋଗ କରିଛନ୍ତି ଯେ, ନିର୍ମାଣ କାମରେ ଦାୟିତ୍ୱରେ ଥିବା ଅଧିକାରୀ, ଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀଙ୍କ ନିୟମିତ ଉପସ୍ଥିତି ଓ ଗୁଣବତା ଯାଂଚ ନ ହେଲେ ଭବିଷ୍ୟତରେ ଏହି ରାସ୍ତାର ସ୍ଥାୟୀତ୍ୱ ନେଇ ସମସ୍ୟା ଦେଖାଦେଇପାରେ। ଏହି କାରଣରୁ ରାସ୍ତା ଓ ଡ୍ରେନ୍ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମାନ, କଂକ୍ରିଟ୍ର ଗୁଣବତା ଏବଂ ନିର୍ମାଣର ବୈଷୟିକ ମାନଦଣ୍ଡକୁ ନେଇ ନିରପେକ୍ଷ ଯାଂଚ କରିବାକୁ ଦାବି ହୋଇଛି। କିଛି ଅଂଚଳବାସୀଙ୍କ କହିବା ଅନୁଯାୟୀ, ସମସ୍ତଙ୍କ ମିଲିଭଗତରେ କାମ ଚାଲିଥିବାରୁ ନିର୍ମାଣର ଗୁଣବତା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି। ତେବେ ଏହି ଅଭିଯୋଗର ସତ୍ୟତା କ’ଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏପରିକି ନିର୍ମାଣ କାମରେ କୌଣସି ପ୍ରକାରର ଆର୍ôଥକ ଅନିୟମିତତା କିମ୍ବା ଅଧିକାରୀ-ଠିକାଦାରଙ୍କ ମଧ୍ୟରେ ମିଲିଭଗତ ରହିଛି କି ନାହିଁ, ସେନେଇ ମଧ୍ୟ ଯାଂଚ ହେବା ଆବଶ୍ୟକ ବୋଲି ଦାବି ଉଠିଛି। ଅଂଚଳବାସୀଙ୍କ କହିବା କଥା, ଜନସାଧାରଣଙ୍କ ଆଖିରେ ଧୂଳି ଦେଇ କାମ କରିବା ବଦଳରେ ସରକାରୀ ଅର୍ଥରେ ହେଉଥିବା ଏହି ରାସ୍ତା ନିର୍ମାଣରେ ସ୍ୱଚ୍ଛତା ଓ ଗୁଣବତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଦରକାର। ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା ନେଇ ପ୍ରଶ୍ନ ଏତେ ବଡ଼ ପ୍ରକଳ୍ପର ନିର୍ମାଣ କାମ ଚାଲିଥିବା ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ କାମର ଗୁଣବତା ସମ୍ପର୍କରେ କେତେ ଅବଗତ ଅଛନ୍ତି, ତାହା ମଧ୍ୟ ପ୍ରଶ୍ନ ହୋଇଛି। ଜନସାଧାରଣଙ୍କ ଟଙ୍କାରେ ନିର୍ମାଣ ହେଉଥିବା ରାସ୍ତାର ମାନ ନେଇ ଯଦି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଉଛନ୍ତି, ତେବେ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ ଯାଂଚ କରିବା ଆବଶ୍ୟକ। ଅଂଚଳବାସୀଙ୍କ ଦାବି କାମର ଗୁଣବତା ଯାଂଚ ପାଇଁ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଦ୍ୱାରା ନିର୍ମାଣ ସ୍ଥଳ ପରିଦର୍ଶନ କରାଯାଉ। କଂକ୍ରିଟ୍ର ମାନ, ରାସ୍ତାର ସ୍ପେସିଂ, ଡ୍ରେନ୍ର ନିର୍ମାଣ ପ୍ରଣାଳୀ ଓ ବ୍ୟବହୃତ ନିର୍ମାଣ ସାମଗ୍ରୀର ଯାଂଚ କରାଯାଇ ରିପୋର୍ଟ ସାର୍ବଜନୀନ କରାଯାଉ। ପ୍ରଶାସନର ଉତରକୁ ଅପେକ୍ଷା ଅଟଳ ମାର୍ଗ ଭଦ୍ରକ ସହରବାସୀଙ୍କ ପାଇଁ ଏକ ବହୁ ପ୍ରତୀକ୍ଷିତ ରାସ୍ତା ହୋଇଥିବାରୁ ଏହାର ନିର୍ମାଣ ଦୀର୍ଘସ୍ଥାୟୀ ଓ ଗୁଣବତାସମ୍ପନ୍ନ ହେବା ଦରକାର। କାମର ଆରମ୍ଭରୁ ଯଦି ଗୁଣବତା ନେଇ ପ୍ରଶ୍ନ ଉଠୁଛି, ତେବେ ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ଦରକାର ବୋଲି ଅଂଚଳବାସୀ ଦାବି କରିଛନ୍ତି। ତେବେ ଅଂଚଳବାସୀଙ୍କ ଏହି ସମସ୍ତ ଅଭିଯୋଗ ନେଇ ସମ୍ପୃକ୍ତ ବିଭାଗର ଅଧିକାରୀ ଓ ଠିକାଦାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ। ଏବେ ଦେଖିବାକୁ ବାକି ରହିଲା ଜନସାଧାରଣଙ୍କ ପ୍ରଶ୍ନର ଉତର ଦେବ କି ପ୍ରଶାସନ, ନା ଏହି ଅଭିଯୋଗ ମଧ୍ୟରେ ଚାଲିବ ଅଟଳ ମାର୍ଗ ନିର୍ମାଣ କାମ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande