ବାସୁଦେବପୁରରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା, ଦୁଇ ମୃତ, ଜଣେ ଗୁରୁତର; ଗାଁରେ ଶୋକର ଛାୟା
ଭଦ୍ରକ, ୧୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ମାତାଜୀ ମଠ ନିକଟରେ ଆଜି ମଧ୍ୟାହ୍ନରେ ଘଟିଥିବା ଏକ ଦୁର୍ଘଟଣାରେ ବିଶ୍ୱଜିତ ନାୟକ (୩୦) ଓ ଗୋବିନ୍ଦ ବିଶ୍ୱାଳ (୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ଶିବ ଶଙ୍କର ନାୟକ (୨୯) ଗୁରୁତର ଆହତ ହୋଇଛନ୍ତି। ବାଇକ୍ ଟି ଡିଭାଇଡର ରେ ପିଟି ହୋ
BASUDEVPUR ACCIDENT, TWO DEAD


ଭଦ୍ରକ, ୧୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ମାତାଜୀ ମଠ ନିକଟରେ ଆଜି ମଧ୍ୟାହ୍ନରେ ଘଟିଥିବା ଏକ ଦୁର୍ଘଟଣାରେ ବିଶ୍ୱଜିତ ନାୟକ (୩୦) ଓ ଗୋବିନ୍ଦ ବିଶ୍ୱାଳ (୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ଶିବ ଶଙ୍କର ନାୟକ (୨୯) ଗୁରୁତର ଆହତ ହୋଇଛନ୍ତି। ବାଇକ୍ ଟି ଡିଭାଇଡର ରେ ପିଟି ହୋଇଯିବା ଫଳରେ ଏହି ଦର୍ଘଟଣା ଘଟିଛି। ମୃତକ ଓ ଆହତ ଯୁବକ ସମସ୍ତେ କଷିଆ ଥାନା ସାନକୃଷ୍ଣପୁର ଗଦି ଗ୍ରାମର ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତ ଯୁବକମାନଙ୍କ ଗାଁରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ତେବେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକ ଶିବ ଶଙ୍କରଙ୍କ ଅବସ୍ଥା ଚିନ୍ତାଜନକ ଥିବା ଜଣାପଡ଼ିଛି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଳ୍ପ ବୟସରେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ସ୍ଥାନୀୟ ଲୋକଙ୍କୁ ମ୍ରିୟମାଣ କରିଦେଇଛି। ଏହିଭଳି ବହୁ ଦୁର୍ଘଟଣା ଘଟିବା ପଛରେ ରାସ୍ତାପାଶ୍ୱର୍ରେ ଚାଲିଥିବା ଚୋରା ମଦ ବିକ୍ରିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତାପାଶ୍ୱର୍ରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଅଭିଯୋଗ ଯଦି ସତ୍ୟ ହୁଏ, ତେବେ ରାସ୍ତାପାଶ୍ୱର୍ରେ ଏଭଳି ବେଆଇନ ମଦ ବିକ୍ରି କିପରି ଚାଲିଛି ଏବଂ ଏହା ବିରୋଧରେ କାହିଁକି ପ୍ରଭାବୀ ପଦକ୍ଷେପ ନିଆଯାଉନାହିଁ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ପୁଲିସ ଓ ଅବକାରୀ ବିଭାଗ ଏହି ମଦ ବିକ୍ରି ସଂପର୍କରେ କେତେ ଅବଗତ ଥିଲେ, ସେଥିନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ପ୍ରତିବାଦର ସ୍ୱର ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଦ୍ୟପାନ କରି ଗାଡ଼ି ଚଳାଇବା ଦ୍ୱାରା ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ିଥାଏ। ତେଣୁ ରାସ୍ତାକଡ଼ରେ ଥିବା କଥିତ ବେଆଇନ ମଦ ବିକ୍ରି କେନ୍ଦ୍ରଗୁଡ଼ିକ ବିରୋଧରେ ନିୟମିତ ଚଢ଼ାଉ ଓ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ଦୁର୍ଘଟଣା ସମୟରେ ଯୁବକମାନେ କେଉଁ ପରିସ୍ଥିତିରେ ଥିଲେ ଏବଂ କଥିତ ଚୋରା ମଦ ବିକ୍ରି ସହ ଏହି ଘଟଣାର କୌଣସି ସମ୍ପର୍କ ରହିଛି କି ନାହିଁ ଏସବୁ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande