୧୭ ସେପ୍ଟେମ୍ବରରୁ ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ
କେନ୍ଦ୍ରାପଡ଼ା, ୧୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଦୀର୍ଘ ୧ ମାସ ଧରି ସେବା ସଂକଳ୍ପ ଅଭିଯାନର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ମହାକାଳପଡ଼ା ବିଧ
୧୭ ସେପ୍ଟେମ୍ବର ରୁ ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ


କେନ୍ଦ୍ରାପଡ଼ା, ୧୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଦୀର୍ଘ ୧ ମାସ ଧରି ସେବା ସଂକଳ୍ପ ଅଭିଯାନର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ମହାକାଳପଡ଼ା ବିଧାୟକ ଡ଼ ଦୁର୍ଗା ପ୍ରସନ୍ନ ନାୟକ ବିସ୍ତୃତ ଭାବେ କାର୍ଯ୍ୟକ୍ରମଗୁଡ଼ିକର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ ୭ ଅକ୍ଟୋବର ୨୦୦୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପରବର୍ତୀ ସମୟରେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୫ ବର୍ଷ ଧରି ଜନସେବା ଓ ସୁଶାସନର ନିରନ୍ତର ଯାତ୍ରା ଅବ୍ୟାହତ ରହିଛି। ସେବା, ସମର୍ପଣ ଓ ଜନ କଲ୍ୟାଣର ଏହି ଅତୁଟ ସଂକଳ୍ପ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ୨୦୨୬ରୁ ୧୭ ଅକ୍ଟୋବର ୨୦୨୬, ୧ ମାସ ଧରି ଏହି ସଂକଳ୍ପ ଯାତ୍ରା ନରସେବା ହିଁ ନାରାୟଣ ସେବା ସମଗ୍ର ଦେଶରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ଭିତରେ ଆଶୀର୍ବାଦର ଦୀପ ପ୍ରତି ଘରେ ପ୍ରଜ୍ଜ୍ୱଳନ କରାଯିବ। ଏହାସହ ମୋ ସ୍ୱପ୍ନର ଭାରତ ଚିତ୍ର ସେବା, ନମୋ ସେବା-ଅକୁହା କାହାଣୀ, ଆଙ୍ଗନ ମିଲନ ସେବା କାର୍ଯ୍ୟକ୍ରମ, ସେବାର କାହାଣୀ, ସେବା ଜ୍ୟୋତି କଳସ ଯାତ୍ରା, ସେବାରେ ମୋର ଯୋଗଦାନ, ସେବା ସେତୁ ଅଭିଯାନ, ରଙ୍ଗୋଲି ରାଷ୍ଟ୍ର, ୱାଡ଼ନଗର-ବାରାଣାସୀ ଯାତ୍ରା, ସେବା ଫାଷ୍ଟ ଇନୋଭେସନ ଚ୍ୟାଲେଂଚ ଓ ସୁଶାସନ ସେବା ସମ୍ବାଦ ପ୍ରଭୃତି ୧୨ଟି ବିଭାଗରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ନେତ୍ରୀ ଗୀତାଞ୍ଜଳୀ ସେଠୀ, ମନୀଷା ପଣ୍ଡା, ନେହେରୁ କୁମାର ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ଗଗନ ବିହାରୀ ସାହୁ, ଜିଲ୍ଲା ସଂପାଦକ ଅମିତାବ ସୁଆର, ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande