ମାତାଲ ଅବସ୍ଥାରେ ଏ ଏସ ଆଇ ଙ୍କ ବର୍ବରତା ଓ ଅସଭ୍ୟ ବ୍ୟବହାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବୀ
ମାତାଲ ଅବସ୍ଥାରେ ଏ ଏସ ଆଇ ଙ୍କ ବର୍ବରତା ଓ ଅସଭ୍ୟ ବ୍ୟବହାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବୀ ମାଲକାନଗିରି , ୧୨ ସେପ୍ଟେମ୍ବର (ହି.ସ.)କୋରୁକୋଣ୍ଡା ଥାନାର କାର୍ଯ୍ୟରତ ଏଏସଆଇ ଙ୍କ ଅମାନୁଷିକ, ମାତାଲ ଅବସ୍ଥାରେ ବର୍ବରତା ଓ ଅସଭ୍ୟ ବ୍ୟବହାର ବିରୁଦ୍ଧରେ ଦୃଢ଼
ମାତାଲ ଅବସ୍ଥାରେ ଏ ଏସ ଆଇ ଙ୍କ ବର୍ବରତା ଓ ଅସଭ୍ୟ ବ୍ୟବହାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବୀ


ମାତାଲ ଅବସ୍ଥାରେ ଏ ଏସ ଆଇ ଙ୍କ ବର୍ବରତା ଓ ଅସଭ୍ୟ ବ୍ୟବହାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବୀ

ମାଲକାନଗିରି , ୧୨ ସେପ୍ଟେମ୍ବର (ହି.ସ.)କୋରୁକୋଣ୍ଡା ଥାନାର କାର୍ଯ୍ୟରତ ଏଏସଆଇ ଙ୍କ ଅମାନୁଷିକ, ମାତାଲ ଅବସ୍ଥାରେ ବର୍ବରତା ଓ ଅସଭ୍ୟ ବ୍ୟବହାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଓ ବିଜୁ ଜନତା ଦଳର ବରିଷ୍ଠ ନେତା ଙ୍କ ଉପସ୍ଥିତିରେ ଅଭିଯୋଗ କାରୀ ପଦଲାମ ପାଙ୍ଗି ଆଜି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କୁ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମିରଞ୍ଜନ ସେନାପତି ଙ୍କ ଜରିଆରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାଇ - ପୁରୁଣା ଓର୍କେଲ ଗ୍ରାମର ପଦଲାମ ପାଙ୍ଗି ଗତ ସୋମବାର ତା ୦୭/୦୯/୨୦୨୬ ରିଖ ରାତ୍ର ପ୍ରାୟ ୧୨ଟା ସମୟରେ ଦୁଇ ସାଥୀ ପ୍ରୀତମ ଖିଲ, ଓ ସନ୍ତୋଷ ନାୟକ ଦୁଇଟି ମୋଟର ସାଇକେଲ ଯୋଗେ ବାଲିମେଳା ଠାରୁ ମାଲକାନଗିରି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ଯାଉଥିଲେ । ନିଜ ଭଉଣୀ ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ | ଏହି ସମୟରେ କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ କୋରୁକୋଣ୍ଡା ଥାନାର କିଛି କନେଷ୍ଟବଳ ଓ ଜଣେ ଏ ଏସ ଆଇ ଗାଡି ଯାଞ୍ଚ ନାମରେ ଅଟକାଇଲେ ଏବଂ କାଗଜପତ୍ର ମାଗିଲେ I ସମସ୍ତ କାଗଜପତ୍ର ଦେଖାଇଲେ କିନ୍ତୁ ଏ ଏସ ଆଇ ନିଶାଗ୍ରସ୍ତ ଅବସ୍ଥାରେ ଥାଇ ଏହା ଚୋରି ଗାଡି ବୋଲି କହି ଅଟକ ରଖିଲେ। ଆମ ଭଉଣୀର ଅବସ୍ଥା ଗୁରୁତର, ଡାକ୍ତରଖାନାକୁ ଯିବା ଜରୁରୀ, ଆମକୁ ଛାଡି ଦିଅନ୍ତୁ, ଦରକାର ହେଲେ ଗାଡି ରଖ୍ ପରେ ଯାଞ୍ଚ କରନ୍ତୁ ବୋଲି କହିବା ପରେ ମଧ୍ୟ ଗୁହାରି ନ ଶୁଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୋର ଜବରଦସ୍ତ ଅଟକ ରଖିଲେ।ମାଲକାନଗିରି ଡାକ୍ତରଖାନାରୁ ଫୋନ ଆସିଲା ଭଉଣୀର ଗୁରୁତର ଅବସ୍ଥା ବିଷୟରେ ଜଣାଇଲେ ମଧ୍ୟ ସେ ଶୁଣିଲେ ନାହିଁ | ସେ ମାତାଲ ଅବସ୍ଥାରେ କହିଲେ ଯେ ମୋତେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ କି ବିଧାୟକ ଫୋନ କଲେ ମଧ୍ୟ ମୁଁ ଶୁଣିବି ନାହିଁ ଏବଂ ରାତ୍ର ପ୍ରାୟ ୨ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖିଲେ ।ପଦଲାମ ପାଙ୍ଗିଙ୍କ ଅନୁପସ୍ଥିତିରେ ତାଙ୍କ ଭଉଣୀର ଚିକିତ୍ସାଧୀନ ଅବସ୍ଥାରେ ମୂତ୍ୟୁ ହୋଇଗଲା । ଏହା ଏକ ଅମାବନିୟ ଘଟଣା ହୋଇଥିବାରୁ ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ସ୍ୱତନ୍ତ୍ର ଭାବେ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମିରଞ୍ଜନ ସେନାପତି ଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତା ମଦନ ଖସଲା ,ଯୁବ ନେତା ମଙ୍ଗଳା ପାଙ୍ଗି ,ସଂଖ୍ୟା ଲଘୁ ସେଲ୍ ସଭାପତି ରାଜେନ୍ଦ୍ର ଖସଲା ,ବରିଷ୍ଠ ବିଜେଡି ନେତା ଧନୁର୍ଜୟ ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande