
ଜୟପୁର, ୧୨ ସେପ୍ଟେମ୍ବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଜଙ୍ଗଲରେ ଆଜି ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୫ ଶହ ଲିଟର ପୋଚ ଓ ୬୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଅଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
ସେହିପରି ଅବୈଧ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କୋରାପୁଟ ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ ପାଢ଼ୀଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ସୁଧୀର ସାହୁ ଓ ବୈପାରୀଗୁଡା ଅବକାରୀ ଓଆଇସି ପ୍ରଦିପ କୁମାର ରଥଙ୍କ ନେତୃତ୍ୱରେ କୁନ୍ଦୁରା ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରାଯାଇଥିବା ଜଣାପଡ଼ିଛି । କୁନ୍ଦୁରା ବ୍ଲକ ଭୂଷଣଗୁଡା ପଂଚାୟତର କୋଟାରୀପୁଟ ଗାଁ ରେ ଅବକାରୀ ଟିମ ପହଂଚିଥିଲା କ୍ଷ ଗାଁ ଲୋକଙ୍କ ପୂର୍ବ ଅଭିଯୋଗ ଅନୁଯାଇ ବେଆଇନ ମଦ ବିକ୍ରି କୁ ନେଇ ତଦନ୍ତ କରାଯାଇଛି କ୍ଷ ଏହାପରେ ରାଣୀଗୁଡା ଏବଂ ସିଉନିଗୁଡା ଗାଁ ରେ ଚଢାଉ କରାଯାଇଛି କ୍ଷ ତିନି ହଜାର ଲିଟର ମହୁଲ ପଚ ଏବଂ ୧୮୦ ଲିଟର ଦେଶୀ ମଦ ନଷ୍ଟ କରାଯାଇଛି କ୍ଷ ଅବକାରୀ ବିଭାଗର ଥାନା କେସ ନମ୍ବର ୧୪୧/ ୨୬-୨୭ ଅନୁଯାଇ ଏକ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଅବକାରୀ ଓଆଇସି ପ୍ରଦିପ କୁମାର ରଥ ।
ହିନ୍ଦୁସ୍ଥାନ ସମାଚାର / ପିକେପି