


ସମ୍ବଲପୁର, ୧୨, ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା କାଇଁଶୀର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ନନ୍ଦ ଙ୍କ ତତ୍ତ୍ଵାବଧାନ ରେ ସ୍ୱଚ୍ଛତା ଅଭିଯାନ ଉତ୍ସାହର ସହ ପାଳିତ ହୋଇ ଯାଇଛି । କାଇଁଶିର୍ ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅବିଭାଭକ ଅବିଭାବିକା ଓ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରାଲି, ପଥପ୍ରାନ୍ତ ନାଟକ , ପୁଷ୍କରିଣୀ ଓ ରାସ୍ତାଘାଟ ସଫାସୁତୁରା କରାଯାଇଥିଲା। ପଥପ୍ରାନ୍ତ ନାଟକ ମାଧ୍ୟମରେ ସ୍ୱଚ୍ଛତା, ପରିମଳ, ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରା ଯାଇଥିଲା । ରାଲିରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ୱଚ୍ଛତା ସଚେତନତା ସ୍ଲୋଗାନ ଦେଇ ଲୋକମାନଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିଥିଲେ । ଶେଷରେ ସମସ୍ତେ ମିଳିତ ଭାବରେ ସ୍ବଚ୍ଛତା ରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ