
ସମ୍ବଲପୁର, ୧୨, ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଯୁବ ରେଡକ୍ରସ୍ ଶାଖା ତରଫରୁ ଅଧ୍ୟକ୍ଷା ସୁଶ୍ରୀତା ଭୋଇ ଙ୍କ ସଭାପତିତ୍ବ ରେ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଇଥିଲା । କାଉନସିଲର ସୁରେଶ ପାତ୍ର ଙ୍କ ସନଯୋଜନା ରେ ଏହି ସଭାରେ ନାକଟିଦେଉଳ ବ୍ଲକ୍ ର ପି.ଏଚ୍.ଇ.ଓ ଶରତ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଏଵଂ ରମେଶ ପ୍ରଧାନ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ନିମିତ୍ତ ବିଭିନ୍ନ ବିଷୟ ନେଇ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ରହିଥିଲେ । ଏଥିରେ ସମସ୍ତ କର୍ମଚାରୀ ବୃନ୍ଦ ପ୍ରମୁଖ ସହଯୋଗ କରିଥିଲେ ।ପରିଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ସ୍ୱାଗତିକା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ