
କେନ୍ଦ୍ରାପଡ଼ା, ୧୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ମାତିଛନ୍ତି କାଠ ମାଫିଆ! ସରକାରୀ କରତ କଳରେ ମାଫିଆ ରାଜ! ଚୋରା କାଠ ବିକ୍ରି ହେଉଥିବା ନେଇ ଆସୁଛି ସଂଗୀନ ଅଭିଯୋଗ! ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ମାତ୍ର କାଠ ଶିଳ୍ପଂଚଳ କୁହାଯାଉଥିବା ବଳଭଦ୍ରପୁର ସମିଲର କଥା! ୨୦୧୪ ମସିହାରେ ଇଡକୋ କମ୍ପାନୀ ୧୦୦ ଏକର ଜମି ଅଧିଗ୍ରହଣ କରିବା ପରେ ସମିଲ ମାଲିକମାନେ ଏହି ଜମିକୁ କ୍ରୟ କରି ୨୦୧୬ ମସିହାରେ କରତ ଶିଳ୍ପ ପ୍ରତିଷ୍ଠା କରିଥିଲେ! ସେ ସମୟରେ ୭ଟି ସରକାରୀ ସ୍ୱୀକୃତି ପ୍ରାପ୍ତ ଲାଇସେନ୍ସ କରତକଳ ଥିଲା! ତେବେ ବର୍ତମାନ ବେଆଇନ ଭାବେ ସରକାରୀ ଗୋଚର ଜମିକୁ ଜବରଦଖଲ କିଛି ଅସାଧୁ ସମିଲ ମାଲିକ ୨୫ଟି କରତ କଳ ପ୍ରତିଷ୍ଠାକୁ ଅସନ୍ତୋଷ ଦେଖାଦେଇଛି! ଏହି କରତ କଳଗୁଡ଼ିକ ସରକାରୀ ଗାଇଡ଼ ଲାଇନକୁ ଫୁ’ କରି ବେଫିକର ଭାବେ ଚୋରା କାଠ ବିକ୍ରି କରୁଥିବା ନେଇ ଡେରାବିଶ ବ୍ଲକର ପୂର୍ବତନ ସରପଂଚ ମହେନ୍ଦ୍ର ସିଂ ଓ ଆଇନ୍ଜୀବି ଶରତ ସାହୁ ଅଭିଯୋଗ କରିଛନ୍ତି! ବିଶେଷ କରି କାଠ ମାଫିଆମାନେ ରାଜନଗର ଭିତରକନିକା ଜଙ୍ଗଲ ସମେତ ମହାକାଳପଡ଼ା ପାଟକୁରା ମାର୍ଶାଘାଇ ଡେରାବିଶ ଆଦି ବ୍ଲକ ଅଂଚଳର ମୁଖ୍ୟ ରାସ୍ତା ଅନାବାଦୀ ଗୋଚର ଜମିରୁ ବେଆଇନ ଭାବେ ଛୋଟ ବଡ଼ ଗଛ କାଟି ଟ୍ରାକ୍ଟର ଯୋଗେ ବଳଭଦ୍ରପୁର ସମିଲକୁ ଚୋରା ଚାଲାଣ କରିବାରେ ସଫଳ ହେଉଛନ୍ତି! ସରକାର ପରିବେଶ ସୁରକ୍ଷା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟରେ ବୃକ୍ଷରୋପଣ କରୁଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲ ଅଂଚଳରୁ କିପରି ବେଆଇନ ବୃକ୍ଷ କଟା ଚାଲିଛି ଏହି ସବୁ ଚୋରା ଚାଲାଣରେ ଅସାଧୁ ବନ କର୍ମଚାରୀ ଓ ଅଧିକାରୀ ମାନଙ୍କ ସହ ଡେରାବିଶ ରାଜନଗର ତହସିଲଦାରମାନେ ସାମିଲ ହୋଇ କୋଟି କୋଟି ଟଙ୍କା ରୋଜଗାର କରି ମାଲେ ମାଲ ହେଉଛନ୍ତି! ଏଭଳି ସଂଗୀନ ଅଭିଯୋଗ ଆସିବା ପରେ ସ୍ୱାଧୀକାର ନିୟୁଜ କରିଥିଲା ଗ୍ରାଉଣ୍ଡ ଜିରୋରୁ ସର୍ଚ୍ଚ ଅପରେସନ! ତେବେ କ୍ୟାମେରା ବୁଲିବା ପରେ ଜଣା ପଡ଼ିଥିଲା ସତ୍ୟତା! ଯାହାକୁ ନେଇ ବିରାପନ ଭଳି କାଠ ମାଫିଆଙ୍କ ମୁଖା ଖୋଲି ଦେଇଛି! ୨୪ଟି କରତକଳ ମଧ୍ୟରୁ ଅନେକାଂଶ କରତକଳ ପରିସରର ସମେତ ମୁଖ୍ୟ ରାସ୍ତା କଡ଼ରେ ହଜାର ହଜାର ଟ୍ରିପର ଗମ୍ଭାରୀ ଆମ୍ବ ପଣସ ଚାକୁଣ୍ଡା ଆକାଶୀ ଶାଳ ପିଆଶାଳ ଆଦି କୋଟି କୋଟି ଟଙ୍କାର ଚୋରା କାଠ ମହଜୁତ ରହିଛି! ତେବେ ଏହି କାଠ ଗୁଡିକର ସରକାରୀ ଷ୍ଟାମ୍ପଙ୍ଗ ନମ୍ବର ନାହିଁ କିମ୍ବା ସମିଲଗୁଡ଼ିକର ନେମପ୍ଲେଟ ନାହିଁ! ଦୀର୍ଘ ବର୍ଷ ଧରି ଘୋଟଲା ଉପରେ ଘୋଟାଲା ପଛରେ କାହାର ହାତ ରହିଛି ନାଁ ରାଜନଗର ଓ କଟକ ବନଖଣ୍ଡ ଅଧିକାରୀଙ୍କ ସମେତ ଅଗ୍ନିସମ ଓ କିଛି କୁଚକ୍ରୀ ମିଡ଼ିଆ ନାଁରେ ଦଲାଲ କରୁଥିବା ବ୍ୟକ୍ତିମାନେ ମାସିକ କୋଟି କୋଟି ଟଙ୍କା ପିସି ନେଇ ମାଫିଆମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେବାପରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ କୁହନ୍ତି ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ!
.......................................
ହିନ୍ଦୁସ୍ଥାନ ସମାଚାର / ରବି