
Odisha, 13 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା, ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବ୍ରାଉନ ସୁଗାର କାରବାର କରୁଥିବା ସମୟରେ ଜଣକୁ ଗିରଫ କରିଛି। ଗିରଫ ଜଣକ ତରତୁଆ ଗାଁ ର କଲିମ୍ ଖାନ୍ (୨୮)। ପୋଲିସ ତାଠାରୁ ୩୦ଗ୍ରାମ ବ୍ରାଉନ ସୁଗାର ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ସୁଚନା ମୁତାବକ ଆଜି ସନ୍ଧ୍ୟାରେ ତରତୁଆ ଆଇଟିବିପି ନିକଟ ଫୁଟବଲ୍ ପଡିଆରେ ପ୍ୟାକେଟ କରି ବିକ୍ରି କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲା।ତେବେ ଅଧିକ ତଦନ୍ତ ପାଇଁ ଉକ୍ତ ବେପାରୀକୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବା ସହ ବ୍ରାଉନ ସୁଗାର ମୁକ୍ତ କରିବା ପାଇଁ ଖୋର୍ଦ୍ଧା ପୋଲିସର ପ୍ରୟାସ ଜାରି ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ