ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର, 13 ସେପ୍ଟେମ୍ବର (ହି.ସ.) ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଆଜି ଶକ୍ତିଶ୍ରୀ କେନ୍ଦ୍ର ଦ୍ଵାରା ଏକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମ
ସରକାରୀ  ମହାବିଦ୍ୟାଳୟ, ବଲାଙ୍ଗିରରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ


ସରକାରୀ  ମହାବିଦ୍ୟାଳୟ, ବଲାଙ୍ଗିରରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ


ବଲାଙ୍ଗିର, 13 ସେପ୍ଟେମ୍ବର (ହି.ସ.)

ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଆଜି ଶକ୍ତିଶ୍ରୀ କେନ୍ଦ୍ର ଦ୍ଵାରା ଏକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହକାରୀ ପ୍ରଫେସର ବନ୍ଦନା ବାର୍ ତଥା ଶକ୍ତିଶ୍ରୀ ସଂଯୋଜିକା ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ। ଏହାପରେ ଦୀପ ପ୍ରଜ୍ଜ୍ୱଳନ ଓ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅଧ୍ୟାପିକା ଅର୍ପିତା ପରିଚ୍ଛା ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.କୌତୁକ ପନ୍ଦର ନିଜ ଅଭିଭାଷଣରେ ବର୍ତ୍ତମାନ ଡିଜିଟାଲ ଯୁଗରେ ଯୁବପିଢ଼ି ପାଇଁ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଫକୀରମୋହନ ସେନାପତିଙ୍କ ରେବତୀ ଠାରୁ ବର୍ତ୍ତମାନର ରେବତୀ ଶିକ୍ଷା, ଆର୍ଥିକ, ଖେଳ ପ୍ରଭୃତି କ୍ଷେତ୍ରରେ କି ଭଳି ନିଜକୁ ସଶକ୍ତିକରଣ କରିଛନ୍ତି ତାହାର ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସୁରେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ପରିଚାଳକ, SBI, ବଲାଙ୍ଗିର ବ୍ୟାଙ୍କିଙ୍ଗ ସେବା, ଡିଜିଟାଲ ଲେଣଦେଣ, ସଞ୍ଚୟ, ନିବେଶ ଏବଂ ସାଇବର ଠକେଇ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।ସମ୍ମାନିତ ଅତିଥି ଶ୍ରୀ ଦିଲୀପ କୁମାର ଛତ୍ରିଆ, ଜିଲ୍ଲା କୋଷାଧ୍ୟକ୍ଷ, ବଲାଙ୍ଗିର ସରକାରୀ କୋଷାଗାର ବ୍ୟବସ୍ଥା ଓ ଆର୍ଥିକ ଶୃଙ୍ଖଳା ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ପ୍ରକାଶ କୁମାର ପଣ୍ଡା, ଯୁଗ୍ମ କମିଶନର, ବାଣିଜ୍ୟିକ କର ଓ ଦ୍ରବ୍ୟ ଓ ସେବା କର, ଆଞ୍ଚଳିକ ପରିସର, ବଲାଙ୍ଗିର ଦ୍ରବ୍ୟ ଓ ସେବା କର ଏବଂ ଦେଶ ଗଠନରେ ଏହାର ଭୂମିକା ବିଷୟରେ ବୁଝାଇଥିଲେ।ଶେଷରେ ଅଧ୍ୟାପିକା ରମଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande