ଧାମରା ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର, ଉଦ୍ଧାର କଲେ ସେନାବାହିନୀ ଯବାନ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମରା ଠାରେ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଏକ ଗୋଡ ଭାଙ୍ଗି ଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ତିହିଡି ଅଂଚଳର ନିତ୍ୟାନନ୍ଦ ପଣ୍ଡା(୪୫) ନିଜ ବାଇକ ଯୋଗେ ଧାମରାକୁ ଫେରୁ ଥିବା ସମୟରେ ଗୋଲଡେନ ଆଙ୍କର ହୋଟେଲ ସାମନାରେ ଏକ ଟ୍ରକ ତାଙ୍କ ଧକ୍
DHAMARA GADI DHAKA- BIKE AROHI GURUTARA


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମରା ଠାରେ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଏକ ଗୋଡ ଭାଙ୍ଗି ଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ତିହିଡି ଅଂଚଳର ନିତ୍ୟାନନ୍ଦ ପଣ୍ଡା(୪୫) ନିଜ ବାଇକ ଯୋଗେ ଧାମରାକୁ ଫେରୁ ଥିବା ସମୟରେ ଗୋଲଡେନ ଆଙ୍କର ହୋଟେଲ ସାମନାରେ ଏକ ଟ୍ରକ ତାଙ୍କ ଧକ୍କା ଦେଇ ଥିଲା। ନିତ୍ୟାନନ୍ଦ ସେଠାରେ ପଡିଯାଇଥିବା ବେଳେ ସଂପୃକ୍ତ ଟ୍ରକ ଚାଳକ ଦୁର୍ଘଟଣା ଘଟାଇ ସେଠାରୁ ଫେରାର ହୋଇ ଯାଇଥିଲା। ଏହି ସମୟରେ ଜାଗୁଳା ଅଂଚଳର ସମାଜସେବୀ ତଥା ଭାରତୀୟ ସେନା ବାହିନୀର ଜଓାନ ପ୍ରିୟ ରଞ୍ଜନ ପ୍ରଧାନ ନିଜ ଘରକୁ ଫେରୁଥିବା ସମୟରେ ସଂପୃକ୍ତ ଆହତକୁ ଦେଖି ଆମ୍ବୁଲାନ୍ସ ଡକାଇ ଭଦ୍ରକ ମେଡିକାଲକୁ ନେଇ ଯାଇଥିଲେ। ଆହତ ବ୍ୟକ୍ତିଙ୍କ ଡାହଣ ଗୋଡ ଭାଙ୍ଗି ଯାଇଥିବା ଜଣାଯାଇଛି । ତୁରନ୍ତ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକକୁ ଗିରଫ କରିବାକୁ ସେ ଦାବୀ କରିଥିବା ବେଳେ ଆହତ ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେଇଥିବାରୁ ତାଙ୍କର ଏତାଦୃଶ କାର୍ଯ୍ୟକୁ ନେଇ ଅଂଚଳରେ ଚର୍ଚା ଚାଲିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande