ଏଏଚ୍ଏଫ୍ ଜୁନିୟର ଏସିଆ କପ୍ରେ ଭାରତୀୟ ଦଳର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.) ଏଏଚ୍‌ଏଫ୍ ଜୁନିୟର ଏସିଆ କପ୍‌ ୨୦୨୬ର ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଥିବା ଭାରତୀୟ ଜୁନିୟର ପୁରୁଷ ହକି ଦଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ
ଏଏଚ୍ଏଫ୍ ଜୁନିୟର ଏସିଆ କପ୍ରେ ଭାରତୀୟ ଦଳର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.) ଏଏଚ୍‌ଏଫ୍ ଜୁନିୟର ଏସିଆ କପ୍‌ ୨୦୨୬ର ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଥିବା ଭାରତୀୟ ଜୁନିୟର ପୁରୁଷ ହକି ଦଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳର ଏହି ଚମତ୍କାର ବିଜୟକୁ ପ୍ରଶଂସା କରିବା ସହ ଏସୀୟ ମୁକୁଟ ବଜାୟ ରଖିବା ଏବଂ ଏଫ୍‌ଆଇଏଚ୍‌ ଜୁନିୟର ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିବା ଏକ ଗୌରବର ବିଷୟ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯୁବ ହକି ଖେଳାଳିମାନଙ୍କ ଦକ୍ଷତା, ଦୃଢ଼ ସଂକଳ୍ପ ଓ ଲଢ଼ୁଆ ମନୋଭାବର ପ୍ରଶଂସା କରିଛନ୍ତି। ଦଳର ଏହି ସଫଳତା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଭାରତୀୟ ଯୁବ ଖେଳାଳିମାନେ ଦେଶର ଗୌରବକୁ ଆହୁରି ବଢ଼ାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଦକ୍ଷିଣ କୋରିଆ ବିପକ୍ଷରେ ୪-୧ ବିଜୟ ସହ ଭାରତୀୟ ଜୁନିୟର ଦଳ ଏସୀୟ ମୁକୁଟ ବଜାୟ ରଖିବା ସହ ଆଗାମୀ ଏଫ୍‌ଆଇଏଚ୍‌ ଜୁନିୟର ବିଶ୍ୱକପ୍‌ ପାଇଁ ନିଜର ସ୍ଥାନ ସୁନିଶ୍ଚିତ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande