ଆଦର୍ଶ ବିଦ୍ୟାଳୟ ଓଲଙ୍ଗରେ ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଓଡିଶା ଅ।।ଦର୍ଶ ବିଦ୍ୟାଳୟ ଓଲଙ୍ଗ, ଭଦ୍ରକରେ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୃଜନଶୀଳତା, ପ୍ରତିଭା ଓ ନବ ଚିନ୍ତନକୁ ଉନ୍ମୋଚିତ କରିବା ଲକ୍ଷ୍ୟରେ ବିଭିନ୍ନ ଶିକ୍ଷାମୂଳକ ଓ ସ
OLANGA ADARASH BIDYALAYA PRATISTHA UTSTAVA


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଓଡିଶା ଅ।।ଦର୍ଶ ବିଦ୍ୟାଳୟ ଓଲଙ୍ଗ, ଭଦ୍ରକରେ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୃଜନଶୀଳତା, ପ୍ରତିଭା ଓ ନବ ଚିନ୍ତନକୁ ଉନ୍ମୋଚିତ କରିବା ଲକ୍ଷ୍ୟରେ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ଭଦ୍ରକର ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ର ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ମାନସ କୁମାର ମାଝୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକରେ ସୀମିତ ନରହି ଜ୍ଞାନ, ସୃଜନଶୀଳତା, ନୈତିକତା ଓ ନବ ସୃଷ୍ଟିର ପଥରେ ଆଗେଇ ଭବିଷ୍ୟତରେ ଭଲ ଓ ବଡ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍ପାର୍କ-୨୦୨୬ ର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାଦମ୍ବରୀ କରଶର୍ମାଙ୍କ ମଂଚ ପରିଚାଳନାରେ ଶିକ୍ଷକ, ଶିକ୍ଷୟିତ୍ରୀ ଟୁନ ଟୁନ ସାହା, ମନୋରଞ୍ଜନ ବଳ, ବିବେକାନନ୍ଦ ପାଣିଗ୍ରାହୀ, ସୁମିତ୍ରୋ ବେହେରା, ମନୋରଞ୍ଜନ ପ୍ରଧାନ, ବିପିନ ବିହାରୀ ସାହୁ, ସିର୍ଦ୍ଧାର୍ଥ ବେହେରା, ରାଜ ନାରାୟଣ ନନ୍ଦ, ନାରାୟଣ ପ୍ରଧାନ, ରଞ୍ଜନ ବେହେରା, ଦେବଦତ ସାହୁ, ତାପସ ପଣ୍ଡା, ବିନୟ ବେହେରା, ଲିସ୍ନା ରେଖା ମାଝୀ, ଶିଖା ସ୍ୱରୁପ ନାୟକ, ରଶ୍ମିତା ଦାସ, କ୍ରିଷ୍ଣା କୁମାରୀ ବାରିକ, ବିସ୍ମିତା ସାହୁ, ଋତୁକିଙ୍କର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande