ପାରିବାରିକ କଳହର କୁପରିଣତି, ପୁଅ ମାଡ଼ରେ ବାପା ମୃତ୍ୟୁ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ଭଦ୍ରକ ନିକଟସ୍ଥ ଆନନ୍ଦ ବଜାର ଗଞ୍ଜାମାଳ ଗ୍ରାମରେ।ପୁଅର ମାଡ଼ରେ ବୃଦ୍ଧ ବାପାର ଜୀବନ ଯାଇଛି।ମୃତ ବୃଦ୍ଧ ହେଲେ ସଦାନନ୍ଦ ବିଶ୍ୱାଳ(୬୯)।ଅଭିଯୁକ୍ତ ପୁଅ ରବି ନାରାୟଣ ଓରଫ ଟେରୁ(୨୯)ଙ୍କୁ ପୁଲିସ ଅଟକ ରଖିଛି।ଗତକା
PUA MADARE BAPA MRUTYU


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ଭଦ୍ରକ ନିକଟସ୍ଥ ଆନନ୍ଦ ବଜାର ଗଞ୍ଜାମାଳ ଗ୍ରାମରେ।ପୁଅର ମାଡ଼ରେ ବୃଦ୍ଧ ବାପାର ଜୀବନ ଯାଇଛି।ମୃତ ବୃଦ୍ଧ ହେଲେ ସଦାନନ୍ଦ ବିଶ୍ୱାଳ(୬୯)।ଅଭିଯୁକ୍ତ ପୁଅ ରବି ନାରାୟଣ ଓରଫ ଟେରୁ(୨୯)ଙ୍କୁ ପୁଲିସ ଅଟକ ରଖିଛି।ଗତକାଲି ଅପରାହ୍ନରେ ଭଦ୍ରକ ବ୍ଲକ ବିଷ୍ଣୁପୁର ବିନ୍ଧା ପଂଚାୟତସ୍ଥିତ ଗଞ୍ଜାମାଳ ଗ୍ରାମର ସଦାନନ୍ଦ ବିଶ୍ୱାଳ ଦୁଇ ପୁଅଙ୍କ କଥାକୁ ନେଇ ସ୍ତ୍ରୀ ବାସନ୍ତୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ।ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏଥିରେ ରାଗିଯାଇ ସଦାନନ୍ଦ ଏକ ବାଡ଼ି ଆଣି ସ୍ତ୍ରୀ ବାସନ୍ତୀଙ୍କୁ ପିଟିବାକୁ ଉଦ୍ୟତ ହୋଇଥିଲେ।ଏହି ସମୟରେ ଘରେ ଥିବା ମଝିଆଁ ପୁଅ ରବି ନାରାୟଣ ଓରଫ ଟେରୁ ଆସି ବାପା ସଦାନନ୍ଦଙ୍କ ଠାରୁ ବାଡ଼ି ଛଡାଇ ନେଇଥିଲେ ଏବଂ ସେହି ବାଡ଼ିରେ ସଦାନନ୍ଦଙ୍କୁ ଶକ୍ତ ପ୍ରହାର କରିଥିଲେ।ମୁଣ୍ଡ ହାତ ଓ ଅଂଟା ଉପରେ ପାହାର ହୋଇଥିବା ସଦାନନ୍ଦଙ୍କୁ ମୁର୍ମୁଷ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ସେଠାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ବାପାକୁ ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୁକ୍ତ ଟେରୁ ନିଜ ଘର ଛାତ ଉପରେ ଲୁଚି ରହିଥିବା ବେଳେ ଗୁଜିଦରଡ଼ା ଫାଣ୍ଡି ପୁଲିସ ତାଙ୍କୁ ଧରି ରାତିରେ ନେଇ ଅଟକ ରଖିଥିବା ବେଳେ ରବିବାର ଆଣି ସିନରିକ୍ରିଏସନ କରାଇଛି।ଅଭିଯୁକ୍ତ ଟେରୁ ସବୁବେଳେ ନିଶାଶକ୍ତ ହୋଇ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲା।ଏହାକୁ ନେଇ ଘରେ ଅସନ୍ତୋଷ ଲାଗି ରହିଥିଲା।ଗୋଟିଏ ସପ୍ତାହ ପୂର୍ବରୁ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ କଲେଇ ଚୁନିଦା ଠାରେ ବାପା ପୁଅକୁ ହତ୍ୟା କରିବା ଘଟଣା ଘଟିଥିଲା।ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ଗଞ୍ଜାମାଳରେ ଗତକାଲି ପୁଅ ବାପାକୁ ପିଟି ପିଟି ମାରିଦେବା ଭଳି ସମ୍ବେଦନଶୀଳ ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande