
ଜୟପୁର
, 13 ସେପ୍ଟେମ୍ବର (ହି.ସ.)
ଜୟପୁର ସଦର ଥାନାରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ରୁଜୁ ହୋଇଥିବା ଏକ ମାମଲାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଜୟପୁର ସଦର ଥାନା ଅଧୀନ ବାଲିଆ ପଞ୍ଚାୟତ କୁନ୍ତରଖାଲ ଗ୍ରାମର ଜଗନ ହରିଜନ(୨୩)। ସୂଚନା ଅନୁଯାୟୀ, ଏହି ଘଟଣା ସମ୍ପର୍କରେ ଗତ ମେ ୯ ତାରିଖରେ ଜୟପୁର ସଦର ଥାନାରେ କେଶ୍ ନମ୍ବର ୧୫୦ ଅଧୀନରେ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ପରେ ପୁଲିସ ଜଗନଙ୍କୁ ରବିବାର ଅପରାହ୍ନ ପ୍ରାୟ ୪ଟାରେ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତ ଜଗନ ହରିଜନକୁ କୋର୍ଟ ଚାଲାଣ କରାଯାଇଛି।ଏହି ମାମଲାରେ ଜୟପୁର ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ଅଭିଯୁକ୍ତକୁ ଗିରଫ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି