ଅର୍ଥଙ୍ଗା ଡିଭିଜନର ଆଖୁଚାଷୀମାନଙ୍କୁ ନେଇ ଜରୁରୀ ବୈଠକ : ସରକାର ଓ କମ୍ପାନୀ ଉପରେ ଚାଷୀଙ୍କ ଅସନ୍ତୋଷ
ଧର୍ମଶାଳା,୧୩ ସେପ୍ଟେମ୍ବର(ହି.ସ.) - ଯାଜପୁର ବ୍ଲକ ଶଙ୍ଖମଠ ପରିସରରେ ଅର୍ଥଙ୍ଗା ଡିଭିଜନ ଆଇପିଏଲ ଅଧିନସ୍ଥ ସମସ୍ତ ଆଖୁଚାଷୀମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ଚାଷୀ ଅମୀୟ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି ବୈଠକରେ ସ୍ଥାନୀୟ ଅଂଚଳର ଶହଶହ ଆଖୁ ଚାଷୀ ଏକତ୍ର ହୋଇ ବିଭି
ଅର୍ଥଙ୍ଗା ଡିଭିଜନର ଆଖୁଚାଷୀମାନଙ୍କୁ ନେଇ ଜରୁରୀ ବୈଠକ


ଧର୍ମଶାଳା,୧୩ ସେପ୍ଟେମ୍ବର(ହି.ସ.) - ଯାଜପୁର ବ୍ଲକ ଶଙ୍ଖମଠ ପରିସରରେ ଅର୍ଥଙ୍ଗା ଡିଭିଜନ ଆଇପିଏଲ ଅଧିନସ୍ଥ ସମସ୍ତ ଆଖୁଚାଷୀମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ଚାଷୀ ଅମୀୟ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି ବୈଠକରେ ସ୍ଥାନୀୟ ଅଂଚଳର ଶହଶହ ଆଖୁ ଚାଷୀ ଏକତ୍ର ହୋଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଇପିଏଲ କମ୍ପାନୀ ଓ ଓଡିଶା ସରକାରଙ୍କ ମିଲିଭଗତରେ ଆଖୁଚାଷୀଙ୍କୁ ଅଣଦେଖା କରୁଥିବା ବେଳେ ବାରମ୍ବାର ଦାବି କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ଚାଷୀମାନେ ଏହି ବୈଠକରେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ଆଖଚାଷୀମାନଙ୍କ ପାଇଁ ଆଖୁ ଯୋଗାଣ ପ୍ରୋତ୍ସାହନ ରାଶି ପ୍ରଦାନ କରିବା,ବର୍ତମାନ ଆଖୁଚାଷ କରିବାକୁ ହେଲେ ସାର,ମଞ୍ଜି,ଚାଷ,ଶ୍ରମିକ,ବିଦ୍ୟୁତ୍ ଖର୍ଚ୍ଚ ବହୁଗୁଣ ବୃଦ୍ଧି ପାଇଛି,ଏହି ଚାଷ ଲମ୍ବା ସମୟର ଫସଲ ଓ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଯାହା ହେଉଛି ଆୟ ତୁଳନାରେ ବ୍ୟୟ ଯଥେଷ୍ଟ ଅଧିକ,ପରିବହନ ସମୟରେ ଟୋଲ ଗେଟ୍ ମୁକ୍ତ,ଆଖୁଚାଷୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ନ କରିବା,ଓଡିଶା ସରକାରଙ୍କ ପକ୍ଷରୁ ଇନପୁଟ୍ ସବ୍ସିଡ ପ୍ରଦାନ ନ କରିବା,ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ ଆଖୁଗାଡିକୁ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରି ଆଖୁ ବୋଝେଇ ଟ୍ରକଗାଡିକୁ ରାସ୍ତାରେ ବହୁ ସମୟ ଧରି ଛିଡା କରାଇ ଯାଂଚ କରିବା, ଓ ବନ୍ୟ ଜନ୍ତୁ,ଘୁଷୁରୀ,ବାରାହା ଓ ବୁଲା ଷଣ୍ଢଙ୍କ ବାଉରୁ ମୁକ୍ତି ପାଇଁ ସୁବ୍ୟବସ୍ଥା କରିବା,ସରକାର ଧାନଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ଚାଷୀମାନଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀମାନଙ୍କ ଖାତାକୁ ରାଶି ପ୍ରଦାନ କରୁଛନ୍ତି ସେହିପରି ଆଖୁଜାଷୀମାନଙ୍କୁ ରାଶି ପ୍ରଦାନ କରିବା,ପ୍ରାକୃତିକ ବିପର?୍ୟ୍ୟୟରେ କ୍ଷତିଗ୍ରସ୍ତ ଆଖୁଚଷୀମାନଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ କରିବା,ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଆଖୁ ଟନ୍ର ମୂଲ୍ୟ ୍ ବହୁ କମ୍, କମ୍ପାନୀ ପରିବହନ ବାବଦକୁ ଟନ୍ ପିଛା ୨୩୦ ଟଙ୍କା କାଟିବା ଓ ଠିକ୍ ସମୟ ଆଖୁ କଟା ନିର୍ଦ୍ଦେଶ ନ ଦେବା ଆଦି ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ସମସ୍ତ ସମସ୍ୟାକୁ ନେଇ ଆଖୁଚାଷୀମାନେ ଯାଜପୁର ଜିଲାପାଳ ଓ କୃଷିମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦାବିପତ୍ର ପ୍ରଦାନ କରାଯିବ । କୌଣସି ସୁଫଳ ନ ମିଳିଲେ ଆଗକୁ ଆନ୍ଦୋଳନାତ୍ମକପନ୍ଥ୍ରା ଅବଲମ୍ବନ କରାଯିବ ବୋଲି ବୈଠକରେ ନିସ୍ପତି ନିଆ ଯାଇଛି । ଏହି ବୈଠକରେ ସକ୍ରୀୟ ସଦସ୍ୟ ବୃନ୍ଦାବନ ମହାଳିକ,ବିଶ୍ୱଭୂଷଣ ନାୟକ,ଶରତ ସାମଲ,ମାନସ ସାମଲ,ଅରୁଣ କୁମାର ,ସେକ୍ ତଫିରୁଦ୍ଧିନ,ଅନିରୁଦ୍ଧ ପାଢୀ,ଅନନ୍ତ କୁମାର ରାଉତ ଓ ଜଳଧର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande