ବିଶ୍ୱବିଦ୍ୟାଳୟରେ ଗଛ ପଡ଼ି ଛାତ୍ର ଗୁରୁତର ଘଟଣା, ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ
ଜୟପୁର,, 13 ସେପ୍ଟେମ୍ବର (ହି.ସ.)ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ହେବା ଘଟଣାରେ ରବିବାର ପ୍ରଶାସନର ତରଫରୁ ଘଟଣା ସ୍ଥଳ ରେ ପହଁଚି ଅନୁଧ୍ୟାନ କରିଛନ୍ତି । ଜୟପୁର ଉପ ଜିଲ୍ଲାପାଳ ଶୁଭ୍ରା ପଣ୍ଡା ବିଶ୍ୱବିଦ୍ୟାଳୟ
ବିଶ୍ୱବିଦ୍ୟାଳୟରେ ଗଛ ପଡ଼ି ଛାତ୍ର ଗୁରୁତର ଘଟଣା, ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ


ଜୟପୁର,, 13 ସେପ୍ଟେମ୍ବର (ହି.ସ.)ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ହେବା ଘଟଣାରେ ରବିବାର ପ୍ରଶାସନର ତରଫରୁ ଘଟଣା ସ୍ଥଳ ରେ ପହଁଚି ଅନୁଧ୍ୟାନ କରିଛନ୍ତି । ଜୟପୁର ଉପ ଜିଲ୍ଲାପାଳ ଶୁଭ୍ରା ପଣ୍ଡା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସି ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମସ୍ତ ପୁରୁଣା ଓ ବିପଦପୂର୍ଣ୍ଣ ଗଛଗୁଡ଼ିକୁ ତୁରନ୍ତ କାଟିବା ପାଇଁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ଏଭଳି ବିପଦଜନକ ଗଛଗୁଡ଼ିକୁ ହଟାଇବା ଅତ୍ୟନ୍ତ ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବିଶ୍ବବିଦ୍ୟାଳୟର ସିପିଜିସି ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର, ବିକ୍ରମଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶ୍ବବିଦ୍ୟାଳୟ ଲୋକସମ୍ପର୍କ ଅଧିକାରୀ କ୍ୟାପ୍ଟେନ୍ ଡ. ଲକ୍ଷ୍ମଣ ପାତ୍ର ଏବଂ ବିଶ୍ୱବିଦ୍ୟାଳୟର ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ଦାସ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଶନିବାର ପରୀକ୍ଷା ସରିବା ପରେ ପ୍ରଶାସନିକ ଭବନ ସମ୍ମୁଖରେ ଥିବା ଏକ ବିରାଟକାୟ ଆକାଶମଲୀ ଗଛ ଉପୁଡ଼ି ପଡ଼ିବାରୁ ବାଣିଜ୍ୟ ବିଭାଗ +୩ ଦ୍ୱିତୀୟ ବର୍ଷର ଛାତ୍ର ମାନବ ଜୈନ୍ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ବିଶାଖାପାଟଣାର ସ୍ଥାନାନ୍ତର କରାଯାଇଛି । ଗଛ ଉପୁଡି ପଡିବା ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ୩ ଜଣ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାକୁ ନେଇ ଏବିଭିବି ତରଫରୁ ଉଦବେଗ ପ୍ରକାଶ ପାଇଛି l ସୂଚନା ପାଇବା ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଚିକିତ୍ସାଳୟ କୁ ଯାଇ ଆହତ ଛାତ୍ର ମାନଙ୍କ ସହିତ ସାକ୍ଷାତ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande