ଜୁନିଅର ରେଡକ୍ରସ ର ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ
3 day training programme of Junior Redcross
ଜୁନିଅର ରେଡ୍ କ୍ରସ୍ର ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ


ଝାରସୁଗୁଡ଼ା, ୧୪ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜୁନିଅର ରେଡ୍ କ୍ରସ୍, ଝାରସୁଗୁଡ଼ା ପକ୍ଷରୁ ଆୟୋଜିତ ୩ ଦିନିଆ ଅପ୍ରଶିକ୍ଷିତ ପରାମର୍ଶଦାତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ଜୁନିଅର ରେଡ୍ କ୍ରସ୍ କାଉନ୍ସେଲରମାନଙ୍କୁ ବିଭିନ୍ନ ମାନବିକ ଓ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।

ପ୍ରଶିକ୍ଷଣ ସମୟରେ ଜୁନିଅର ରେଡ୍ କ୍ରସ୍ର ଉଦ୍ଦେଶ୍ୟ ଓ ଆଦର୍ଶ, ପ୍ରାଥମିକ ଚିକିତ୍ସା, ଦୁର୍ଯୋଗ ପରିଚାଳନା, ଆପତ୍କାଳୀନ ପରିସ୍ଥିତିରେ ସେବା ପ୍ରଦାନ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ମାନବିକ ମୂଲ୍ୟବୋଧ ଏବଂ ବିଦ୍ୟାଳୟ ସ୍ତରରେ ଜୁନିଅର ରେଡ୍ କ୍ରସ୍ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ଆଦି ବିଷୟରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଡ଼. ବବନ ସିଂଙ୍କ ନେତୃତ୍ୱରେ ହୋଇଥିବା ବେଳେ ଜିଲ୍ଲା ସମ୍ପାଦକ ତଥା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶାନ୍ତ ବେହେରା ପ୍ରତ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ।

କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଅତିଥିମାନେ କାଉନ୍ସେଲରମାନଙ୍କୁ ନିଜ ନିଜ ବିଦ୍ୟାଳୟରେ ଜୁନିଅର ରେଡ୍ କ୍ରସ୍ର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ କରିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା, ସହଯୋଗ, ଶୃଙ୍ଖଳା ଓ ମାନବିକତାର ଭାବନା ବିକଶିତ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ପ୍ରଶିକ୍ଷଣାର୍ଥୀମାନଙ୍କୁ ପ୍ରଶିକ୍ଷଣ ସମାପ୍ତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande