


ସମ୍ବଲପୁର, ୧୪, ସେପ୍ଟେମ୍ବର
(ହି.ସ.) ବିଘ୍ନନାଶନ ଶ୍ରୀଗଣେଶଙ୍କ ପୂଜା ଆଜି ବିଭିନ୍ନ ସ୍ଥାନରେ ଧୁମଧାମରେ ଅନୁଷ୍ଠିତ ହେଉଥିବା ବେଳେ, ସମ୍ବଲପୁର ସହରର ଫାଟକ ନିକଟରେ ହେଉଥିବା ଗଣେଶ ପୂଜା ଉତ୍ସବ ଅଗ୍ନିକାଣ୍ଡ ଯୋଗୁଁ ଦୁଃଖର କାରଣ ପାଲଟି ଯାଇଛି । ବିଭିନ୍ନ ପୂଜା ମଣ୍ଡପ ଭଳି ଫାଟକ ପୂଜା ମଣ୍ଡପରେ ମଧ୍ୟ ଆକର୍ଷଣୀୟ ସାଜସଜ୍ଜା ଲାଇଟିଙ୍ଗ୍ ହୋଇଥିଲା । ସନ୍ଧ୍ୟାରେ ବାଦ୍ୟର ତାଳେତାଳେ ଶ୍ରଦ୍ଧାଳୁଙ୍କ ସହ ଯୁବଗୋଷ୍ଠୀ ମଧ୍ୟ ନୃତ୍ୟ କରୁଥିଲେ । ମାତ୍ର ବିଧିର ବିଧାନ ଥିଲା କିଛି ଭିନ୍ନ, ଆଖି ପିଛୁଳାକେ କେହି କିଛି ବୁଝିଵା ପୂର୍ବରୁ ମଣ୍ଡପରେ ଘଟିଥିଲା ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଏତେ ହୃଦୟ ବିଦାରକ ଥିଲା ଯେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଅଗ୍ନି ସଂଯୋଗ ହୋଇଯାଇଥିଲା । ଏଭଳି ଅଘଟଣକୁ ନେଇ ପୂଜା କମିଟି ସହ ସ୍ଥାନୀୟ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ