ପବିତ୍ର ଗଣେଶ ପୂଜା ପାଇଁ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ, ବୁଢ଼ାଗଣେଶଙ୍କୁ ଲାଗି ହେଲା ଲାଗିହେଲା ୧୦୮ ଥାଳି ଭୋଗ
ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ସୋମବାର ପବିତ୍ର ଗଣେଶ ପୂଜା ଅବସରରେ ଉତ୍ସବମୁଖର ହୋଇଉଠିଥିଲା ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ବାବାଙ୍କ ମନ୍ଦିର ମୁକ୍ତିମଣ୍ଡପରେ ପୂଜା ପାଉଥିବା ବୁଢ଼ା ଗଣେଶଙ୍କ ନୀକଟରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ସହ ସଂଧ୍ୟାରେ ୧୦୮ ଭୋଗଥାଳି ଲାଗି ହୋଇଥ
AKHANDALAMANI PITHA BUDHA GANESH PUJA


ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ସୋମବାର ପବିତ୍ର ଗଣେଶ ପୂଜା ଅବସରରେ ଉତ୍ସବମୁଖର ହୋଇଉଠିଥିଲା ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ବାବାଙ୍କ ମନ୍ଦିର ମୁକ୍ତିମଣ୍ଡପରେ ପୂଜା ପାଉଥିବା ବୁଢ଼ା ଗଣେଶଙ୍କ ନୀକଟରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ସହ ସଂଧ୍ୟାରେ ୧୦୮ ଭୋଗଥାଳି ଲାଗି ହୋଇଥିଲା। ଏଥିପାଇଁ ଭୋର ୫ଟାରେ ବାବାଙ୍କ ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣ ଲାଗି ଆଦି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟ ଭୋଗ ଲାଗି କରାଯାଇଥିଲା। ପରେ ମୁକ୍ତିମଣ୍ଡପ ବୁଢ଼ା ଗଣେଶଙ୍କୁ ଚନ୍ଦନ, ଫୁଲ ଓ ନବବସ୍ତ୍ରରେ ସଜ୍ଜିତ କରାଯାଇ ଘଟସ୍ଥାପନ, ଦ୍ୱାରପାଳ ପୂଜା, ଷୋଡ଼ଶ ଉପଚାର ପୂଜା ଆଦିରେ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ମାଲପୁଆ, ଲଡୁ, ମଣ୍ଡା, କାକରା ଆଦି ୧୦୮ ଭୋଗ ଥାଳି ଲାଗି ହେବା ପରେ ହୋମ ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତ ଯେପରି ଭାବେ ଶୃଙ୍ଖଳାର ସହ ଦର୍ଶନ ଓ ଭୋଗଲାଗି କରିବେ ସେଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଥିଲା। ପୀଠରେ ଦୀର୍ଘ ୩ଶହ ବର୍ଷରୁ ଉର୍ଦ୍ଧ ହେବ ବାବା ବୁଢ଼ା ଗଣେଶଙ୍କ ପୂଜା ହୋଇ ଆସୁଥିବା ମନ୍ଦିରର ବରିଷ୍ଠ ପୂଜକ ନାରାୟଣ ପଣ୍ଡା କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande